ହାତୀ ଆକ୍ରମଣରେ ୭୦ ବର୍ଷୀୟ ବୃଦ୍ଧା ମୃତ

Advertisment
ହାତୀ ଆକ୍ରମଣରେ ପୂର୍ବତନ ସମିତି ସଭ୍ୟଙ୍କ ମୃତ୍ୟୁ

Elephant Nature Park

ଅନୁଗୁଳ: ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକ ଅନ୍ତର୍ଗତ ହିଲୋଇ ଗ୍ରାମରେ ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ବୃଦ୍ଧା ମୃତ। ଘଟଣାରୁ ପ୍ରକାଶ ଯେ ବିଳମ୍ବିତ ରାତିରେ ହିଲୋଇ ଗ୍ରାମର ବଚନ ବେହେରା(୭୦) ବୃଦ୍ଧା ନିଜ ଘରେ ଶୋଇଥିବା ବେଳେ ଜଙ୍ଗଲି ହାତୀ ଗାଁମୁହାଁ ହୋଇ ଆସିଥିଲା।  ଘର ଭାଙ୍ଗି ଟାଣି ଆଣି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲା ହାତୀ।

ବୃଦ୍ଧା ଗୁରୁତର ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ଏଥିସହ ଆଜି ତାଳଚେର ମଣ୍ଡାପାଳସ୍ଥିତ ମେଡିକାଲରେ ତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe