ବାହାଘର ବେଳେ ଗଣ୍ଡଗୋଳ: ଆକ୍ରମଣରେ ଜଣେ ମୃତ, ପାରିବାରିକ କଳହରୁ ହତ୍ୟା!

Advertisment
ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଫାଣ୍ଡି ଅଧୀନ ବ୍ରାହ୍ମଣୀଜୋର ଗାଁରେ ଏକ ବାହାଘର ଚାଲିଥିବା ବେଳେ ଗଣ୍ଡଗୋଳ ଘଟିଛି। ଆକ୍ରମଣରେ ପରମ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥି ସହ ଅନ୍ୟଜଣେ ଗୁରୁତର ଆହତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହରୁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ପୁଲିସର ସୂଚନା ଅନୁସାରେ, ରବିବାର ବ୍ରାହ୍ମଣୀଜୋର ଗାଁର ଭୋଇ ପରିବାରରେ ଏକ ବାହାଘର ଚାଲିଥିଲା। ପୁତୁରା ବାହାଘରରେ ଯୋଗଦେବା ପାଇଁ ବଲାଙ୍ଗୀରରେ ରହୁଥିବା କାକା ପରମ ଭୋଇ ଗାଁକୁ ଆସିଥିଲେ। ବରଯାତ୍ରୀ ବାହାରିବା ପୂର୍ବରୁ ପରିବାର ସଦସ୍ୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଭାଇ ଭାଇ ମଧ୍ୟରେ ମାଡ଼ପିଟ ହେବାରୁ ପରମଙ୍କ ମୃତ୍ୟୁ ହୋଇଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ଘଟଣା ପ୍ରଘଟ ହେବା ପରେ ଦେଓଗାଁ ଥାନା ଆଇଆଇସି ହରିବନ୍ଧୁ ଗଡ଼ତ୍ୟା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏନେଇ ଥାନାଧିକାରୀଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, କେହି ଲିଖିତ ଅଭିଯୋଗ କରିନାହାନ୍ତି, ପରେ ତଥ୍ୟ ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe