ନିଆଁ ଲିଭାଉଥିବା ବେଳେ କର୍ମଚାରୀଙ୍କ ନିଆଁରେ ପୋଡି ମୃତ୍ୟୁ

Advertisment
ନିଆଁ ଲିଭାଉଥିବା ବେଳେ କର୍ମଚାରୀଙ୍କ ନିଆଁରେ ପୋଡି ମୃତ୍ୟୁ

ବାରିପଦା/କରଞ୍ଜିଆ: ନିଆଁ ଲିଭାଉଥିବା ବେଳେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କର୍ମଚାରୀଙ୍କ ନିଆଁରେ ପୋଡି ମୃତ୍ୟୁ ‌‌ହୋଇଛି। ଏପରି ଦୁଃଖଦ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜୁଆଣି ନିକଟ ଜଡ଼ବିଲ ଗ୍ରାମ ଜଙ୍ଗଲ ନିକଟରେ। ଉକ୍ତ ଜଙ୍ଗଲ ନିକଟରେ ନୂତନ ଚାରା ଗଛ ଲାଗିଥିଲା। ଜଡ଼ବିଲ ଗ୍ରାମର ଯଦୁମଣି ମହାନ୍ତ ନାମକ ଜୈନେକ ବ୍ୟକ୍ତି ଦାୟିତ୍ୱରେ ଥିଲେ। ତେବେ ଆଜି ଦିନ ୧ଟା ବେଳେ ହଠାତ୍‌ ସେହି ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଆଉ ନିଆଁକୁ ଆୟତ୍ତ କରିବା ପାଇଁ ଯାଇ ନିଜେ ନିଆଁରେ ପୋଡି ଯାଇ ମୃତ୍ୟୁ ବରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe