ଅପରେସନ ଅଜୟ: ପ୍ରଥମ ବିମାନରେ ଦିଲ୍ଲୀ ଆସିଲେ ୨୧୨ ଭାରତୀୟ

Advertisment
ଅପରେସନ ଅଜୟ: ପ୍ରଥମ ବିମାନରେ ଦିଲ୍ଲୀ ଆସିଲେ ୨୧୨ ଭାରତୀୟ

ନୂଆଦିଲ୍ଲୀ: ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାପାଇଁ ଭାରତ ସରକାର ଆରମ୍ଭ କରିଥିବା ‘ଅପରେସନ ଅଜୟ’ ଅଧୀନରେ ଆଜି ପ୍ରଥମ ବ୍ୟାଚ୍‌ରେ ୨୧୨ ନାଗରିକ ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଥମ ବ୍ୟାଚ୍‌ରେ ଆସିଥିବା ୨୧୨ ଭାରତୀୟଙ୍କ ମଧ୍ୟରେ ଜଣେ କୁନି ଶିଶୁ ଅଛି। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ବିମାନବନ୍ଦରରେ ଉପସ୍ଥିତ ରହି ଇସ୍ରାଏଲରୁ ଫେରିଥିବା ଭାରତୀୟ ନାଗରିକଙ୍କୁ ସ୍ବାଗତ କରିଛନ୍ତି। ଭାରତୀୟମାନେ ସୁରକ୍ଷିତ ଭାବେ ନିଜ ଜନ୍ମମାଟିରେ ପହଞ୍ଚିବାପରେ 'ବନ୍ଦେ ମାତରମ' ,'ଭାରତ ମାତା କୀ ଜୟ' ସ୍ଲୋଗାନ୍‌ ଦେଇ ଉତ୍ସବ ମନାଇଥିବା ଦେଖିବାକୁ ମିଳିଛି। ଇସ୍ରାଏଲରୁ ଫେରିଥିବା ଯାତ୍ରୀମାନେ ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜଣେ ଯାତ୍ରୀ କହିଛନ୍ତି, ପ୍ରଥମ ଥର ପାଇଁ ଆମେ ସେଠାରେ ଏଭଳି ସ୍ଥିତି ସାମ୍ନା କଲୁ। ଭାରତ ସରକାରଙ୍କ ପ୍ରତି ଆମେ କୃତଜ୍ଞ। ବିଶେଷ କରି ଆମକୁ ଘରକୁ ଫେରାଇ ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ। ଯାତ୍ରୀ ଜଣଙ୍କ କହିଛନ୍ତି ଆମେ ଇସ୍ରାଏଲରେ ଯଥାସମ୍ଭବ ଶାନ୍ତି କାମନା କରୁଛୁ। ଏହାଫଳରେ ଆମେ ପୁଣିଥରେ ସେଠାକୁ ଫେରିଯାଇ ଆମ କାମରେ ଯୋଗ ଦେଇପାରିବୁ। ନିଜ ଶିଶୁକୁ ଧରି ଇସ୍ରାଏଲରୁ ଫେରିଥିବା ଅନ୍ୟ ଜଣେ ଯାତ୍ରୀ କହିଛନ୍ତି , ଭାରତକୁ ଫେରି ଆମେ ଖୁବ୍‌ ଆଶ୍ବସ୍ତ। ଆକ୍ରମଣର ପ୍ରଥମ ଦିବସରେ ସକାଳ ପ୍ରାୟ ୬.୩୦ ସମୟରେ ସାଇରନ୍‌ ବାଜିଥିଲା। ଆମେ ଭୟରେ ଆଶ୍ରୟସ୍ଥଳକୁ ଦୌଡ଼ିଥିଲୁ। ସ୍ଥିତିକୁ ମୁକାବିଲା କରିବା ଖୁବ୍‌ କଷ୍ଟଦାୟକ ଥିଲା। ତେବେ ସବୁସ୍ତରରେ ସୁରକ୍ଷା ବଢ଼ିବା ସହ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିଥିଲା ବୋଲି ଭାରତୀୟମାନେ କହିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଭାରତୀୟଙ୍କୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe