ଭୁବନେଶ୍ୱର: ଡାକ୍ତରଖାନାଙ୍କୁ ନେବା ପାଇଁ ଲୋକଙ୍କ ଅଭାବ ହେଉ ଅଥବା ଅନ୍ୟ କୌଣସି କାରଣ, ସହରର ଅନେକ ରୋଗୀ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିପାରୁନାହାନ୍ତି। ସେଭଳି ରୋଗୀମାନଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏକ ନୂଆ ସଂସ୍ଥା ‘ଅରେଞ୍ଜକ୍ରସ୍’ ଏହାର ଯାତ୍ରା ଆରମ୍ଭ କରିଛି। ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହାକୁ ଉଦ୍ଘାଟନ କରିଛନ୍ତି। ବିଭିନ୍ନ କ୍ଷେତ୍ରର ୬ ଜଣ ପ୍ରଫେସନାଲଙ୍କ ମିଳିତ ଉଦ୍ୟମରେ ଅରେଞ୍ଜ୍କ୍ରସ୍ ସ୍ଥାପନ କରାଯାଇଛି। ଏହା ରୋଗୀମାନଙ୍କ ଘରେ ପହଞ୍ଚି ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ। ବିଶେଷ ଅସ୍ତ୍ରୋପଚାର ପରବର୍ତି ସେବା, କ୍ୟାନସର୍ କେୟାର, ଉପଶମ ଭିତିକ ସେବା, ଷ୍ଟ୍ରୋକ୍, ଦୀର୍ଘସ୍ଥାୟୀ ମାନସିକ ବିକୃତି, ଆଲଜାଇମର୍ରେ ପୀଡ଼ିତ ରୋଗୀମାନଙ୍କୁ ଘରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ ଅରେଞ୍ଜକ୍ରସ୍ ଲକ୍ଷ୍ୟ ରଖିଛି। ରୋଗୀଙ୍କ ଘରକୁ ନର୍ସ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ଅରେଞ୍ଜକ୍ରସ୍ର ସିଇଓ ଅଜୟ ଭଞ୍ଜ କହିଛନ୍ତି। ଏହା ବ୍ୟତୀତ ସ୍ୱତନ୍ତ୍ର ଧରଣର ବେଡ୍ ଏବଂ ଅନ୍ୟାନ୍ୟ ସହାୟକ ଭିତ୍ତିଭୂମି ଭଡ଼ା ସୂତ୍ରରେ ରୋଗୀଙ୍କ ଘରେ ପହଞ୍ଚାଇବାକୁ କଂପାନି ଲକ୍ଷ୍ୟ ରଖିଛି। ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗରେ ରହିବା ପାଇଁ କଂପାନି ପକ୍ଷରୁ ସ୍ୱତନ୍ତ୍ର େଓ୍ଵବସାଇଟ୍ ଏବଂ ମୋବାଇଲ୍ ଆପ୍ ବିକଶିତ କରାଯାଉଛି। ଅରେଞ୍ଜକ୍ରସ୍ ଟିମ୍୍ରେ ଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି ଡକ୍ଟର ଜେ ଏମ୍ ରାଓ, ଡକ୍ଟର ନରେନ୍ଦ୍ର ଦାସ, ସନ୍ତୋଷ ଜେନା, ପାର୍ଥସାରଥୀ ପଟ୍ଟନାୟକ, ମୂରଲୀ ଭଞ୍ଜ।
ଘରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବ ‘ଅରେଞ୍ଜକ୍ରସ୍’
Advertisment
Follow Us