ଇଭେଣ୍ଟ ପାଇଁ ବିବେକ ଅଗ୍ନିହୋତ୍ରୀଙ୍କୁ ଅତିଥି ଭାବେ ଡାକି ତାରିଖ ବଦଳାଇଲା ଅକ୍ପଫୋର୍ଡ ବିଶ୍ବବିଦ୍ୟାଳୟ

Advertisment
ଇଭେଣ୍ଟ ପାଇଁ ବିବେକ ଅଗ୍ନିହୋତ୍ରୀଙ୍କୁ ଅତିଥି ଭାବେ ଡାକି ତାରିଖ ବଦଳାଇଲା ଅକ୍ପଫୋର୍ଡ ବିଶ୍ବବିଦ୍ୟାଳୟ

indiatoday

ନୂଆଦିଲ୍ଲୀ: ବ୍ରିଟେନରେ ହଟହଟା ହେଲେ 'ଦ କଶ୍ମୀର ଫାଇଲ୍ସ'ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ଅକ୍ପଫୋର୍ଡ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏକ ଇଭେଣ୍ଟକୁ ତାଙ୍କୁ ଅତିଥି ଭାବେ ଡକାଯାଇଥିଲା। ହେଲେ ଇଭେଣ୍ଟ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ବିବେକ ଅଗ୍ନିହୋତ୍ରୀ ଅତିଥି ହୋଇପାରିବେ ନାହିଁ ବୋଲି ଅକ୍ପଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା। ଏଭଳି ଅସମ୍ମାନିତ ହେବା ପରେ ଏବେ ଟ୍ବିଟ କରି ଲୋକଙ୍କ ସମର୍ଥନ ମାଗିଛନ୍ତି ବିବେକ।

ମୋତେ ଇମେଲ ପଠାଯାଇ ଇଭେଣ୍ଟ ବିଷୟରେ କୁହାଯାଇଥିଲା। କିନ୍ତୁ କିଛି ଘଣ୍ଟା ପୂର୍ବରୁ ସେମାନେ କହିଥିଲେ ଯେ ସେମାନେ ଭୁଲ୍ କରିଛନ୍ତି, ଡବଲ୍ ବୁକିଂ ଅଛି ଏବଂ ସେମାନେ ଆଜି ମୋତେ ଅତିଥି ଭାବେ ନେବାକୁ ସମର୍ଥ ହେବେ ନାହିଁ। ମୋତେ ନପଚାରି ସେମାନେ ତାରିଖକୁ ଜୁଲାଇ ୧କୁ ବଦଳାଇ ଦେଇଛନ୍ତି। କାରଣ ସେହି ଦିନ କୌଣସି ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟରେ ରହିବେ ନାହିଁ ଏବଂ ଏଭଳି ସ୍ଥିତିରେ ଇଭେଣ୍ଟ କରିବାର କୌଣସି ଅର୍ଥ ନାହିଁ। ହିନ୍ଦୁଫୋବିକ୍ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଆଉ ଜଣେ ହିନ୍ଦୁଙ୍କ ସ୍ୱରକୁ ଚପାଇ ଦିଆଯାଇଛି। ଦୟାକରି ଏହି କଠିନ ଯୁଦ୍ଧରେ ମୋତେ ସମର୍ଥନ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe