ପଞ୍ଚୁଦୋଳରେ ଦୁଲୁକିଲା ଦାରୁଠେଙ୍ଗ

Advertisment
ପଞ୍ଚୁଦୋଳରେ ଦୁଲୁକିଲା ଦାରୁଠେଙ୍ଗ

ବାରଙ୍ଗ: ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମର ପ୍ରସିଦ୍ଧ ପରମେଶ୍ବର ଦେବଙ୍କ ପଞ୍ଚୁଦୋଳ ମହୋତ୍ସବ ଆରମ୍ଭ ହୋଇଛି। ପ୍ରଭୁ ପରମେଶ୍ବର ଦେବ, ଚନ୍ଦ୍ରଶେଖର ଦେବ, ଗୋପାଳ ଜିଉ, ରାଧାକୃଷ୍ଣ ଦେବ ଓ କଣ୍ଟାବାଡ଼ର ଗୋପୀନାଥ ଦେବ ମେଳଣରେ ସାମିଲ ହୋଇଛନ୍ତି। ମେଳଣରେ ସମିଲ ହୋଇଥିବା ପଞ୍ଚ ଦେବତାଙ୍କୁ ବିମାନରେ ବିଜେ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟାରେ ସୁସଜ୍ଜିତ ଆଲୋକମାଳ ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ରୋଷଣି କରି ଦୋଳବିମାନ ସବୁ ବିଶାଳ ପଟୁଆରରେ ଦାରୁଠେଙ୍ଗ ଗ୍ରାମର ଚାରି ସାହି ପରିକ୍ରମା କରି ଭୋଗ ଖାଇଥିଲେ।

ପରେ ଯାତ୍ରା ପଡ଼ିଆରେ ଆସି ପହଞ୍ଚିଥିଲେ। ଯାତ୍ରା ପଡ଼ିଆରେ ପଞ୍ଚ ଦେବତାଙ୍କ ଲାଗି ନିର୍ମାଣ କରାଯାଇଥିବା ପୃଥକ ପୃଥକ ନିଜସ୍ୱ ବେଦିରେ ବିଜେ ହୋଇଥିଲେ। ସେଠାରେ ଦି‌ଅଁମାନେ ପୂଜା ପଇବା ସହ ପାଞ୍ଚଦିନ ବ୍ୟାପି ଯାତ୍ରାକୁ ସ୍ଥାନୀୟ ଲୋକେ ଉପଭୋଗ କରିବେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏକ ପ୍ଲାଟୁନ ପୁଲିସ ଫୋର୍ସ ସହ ତିନି ଜଣ ଆଇଆଇସି ଓ ୧୦ଜଣ ଅଫିସର ମୁତୟନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe