ଚଳଚ୍ଚିତ୍ର ନିଗମର ପୂର୍ବତନ ମହାପ୍ରବନ୍ଧକଙ୍କ ପରଲୋକ

Advertisment
ଚଳଚ୍ଚିତ୍ର ନିଗମର ପୂର୍ବତନ ମହାପ୍ରବନ୍ଧକଙ୍କ ପରଲୋକ

ଭୁବନେଶ୍ବର: ଓଡ଼ିଶା ଚଳଚ୍ଚିତ୍ର ନିଗମର ପୂର୍ବତନ ବରିଷ୍ଠ ମହାପ୍ରବନ୍ଧକ ପାର୍ଥ ସାରଥୀ ଦାସଙ୍କର ପରଲୋକ ହୋଇଯାଇଛି। କିଡ୍‌ନି ରୋଗରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୬୮ ବର୍ଷ ହୋଇଥିଲା।

ମୃତ୍ୟୁ ଶଯ୍ୟ‌ା ନିକଟରେ ତାଙ୍କର ଦୁଇ ପୁଅ ସାର୍ଥକ ଦାସ ଓ ପ୍ରତୀକ ଦାସ, ସହଧର୍ମିଣୀ ସୁପ୍ରୀତି ଦାସ, ଦୁଇ ପୁତ୍ର ବଧୂ ଉପସ୍ଥିତ ଥିଲେ। ଶ୍ରୀ ଦାସ ରେଭେନ୍ସାରୁ ସ୍ନାତକ ଶିକ୍ଷା ପରେ ଜବଲପୁର ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିଲେ। ଢେଙ୍କାନାଳ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରି ପରବର୍ତୀ ସମୟରେ ବିଭିନ୍ନ ପଦ ପଦବିରେ ଅଧିଷ୍ଠିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe