ମଣିଷ ଗୋଡ଼ ବୋଲି ଭାବି ରାତିସାରା ଜଗିଲା ପୁଲିସ, ସକାଳୁ ବାହାରିଲା ପ୍ଲାଷ୍ଟିକ ଗୋଡ଼

Advertisment
ମଣିଷ ଗୋଡ଼ ବୋଲି ଭାବି ରାତିସାରା ଜଗିଲା ପୁଲିସ, ସକାଳୁ ବାହାରିଲା ପ୍ଲାଷ୍ଟିକ ଗୋଡ଼

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ପ୍ଲାଷ୍ଟିକ ଗୋଡ଼କୁ ନେଇ ଚର୍ଚ୍ଚା। ପ୍ଲାଷ୍ଟିକ ଗୋଡ଼କୁ ମଣିଷ ଗୋଡ଼ ବୋଲି ଭାବି ପୁଲିସ କିଭଳି ନାକେଦମ ହୋଇଥିଲା, ସେ ଘଟଣା ଏବେ ସାମ୍ନାକୁ ଆସିଛି। ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ଥାନା ଅଧିନ ମହୁଲିଆ ବାଲିଘାଟରେ ବୁଧବାର ଅପରାହ୍ନରେ କିଛି ଶ୍ରମିକ ଗାଡ଼ିରେ ବାଲି ଲୋଡ଼ କରୁଥିବା ସମୟରେ ହଠାତ ବାଲି ଭିତରେ ପୋତି ହୋଇଥିବା ଏକ ମଣିଷ ପାଦ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  କିଛି ସମୟ ମଧ୍ୟରେ ଏହି ଖବର ବିଜୁଳି ବେଗରେ ଚାରିଆଡେ ପ୍ରଚାର ହୋଇଯାଇଥିଲା।

publive-image

ଖବରପାଇ ଘଟଣା ସ୍ଥଳରେ ବାରିପଦା ସଦର ଥାନା ଅଧିକାରୀ,ଏସଡ଼ିପିଓ, ତହସିଲଦାର, ସଂଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏମିତିକି ରାତିରେ ଶବଟିକୁ ଜଗିବା ପାଇଁ ଦୁଇ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଅନିଦ୍ରା ହେବାକୁ ପଡିଥିଲା । ହେଲେ ଏତେ ସବୁ ପରେ ବାଲି ଭିତରୁ ଏକ ପ୍ଲାଷ୍ଟିକ୍ ପାଦକୁ ବାହାର କରିଥିଲା ପୁଲିସ। ଏବେ ଏହି ଘଟଣାଟି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe