ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ପାଟନା ଆଇପିଏସ ଅଫିସରଙ୍କୁ ବାଧ୍ୟତାମୂଳକଭାବେ ସଙ୍ଗରୋଧକୁ ପଠାଇଲା ବିଏମସି

Advertisment
ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ପାଟନା ଆଇପିଏସ ଅଫିସରଙ୍କୁ ବାଧ୍ୟତାମୂଳକଭାବେ ସଙ୍ଗରୋଧକୁ ପଠାଇଲା ବିଏମସି

indiatoday

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାକୁ ନେଇ ମହାରାଷ୍ଟ୍ର ପୁଲିସ ବିବାଦର ଶିକାର ହୋଇଛି। ପୂର୍ବରୁ ଯାଞ୍ଚ ଠିକ୍ ଭାବରେ କରୁନଥିବା ନେଇ ଆରୋପ ଲାଗିଥିବା ବେଳେ ଏବେ ବିହାରରୁ ଯାଇଥିବା ଯାଞ୍ଚ ଟିମକୁ ସାହାୟତା କରୁନଥିବା ଖବର ସାମ୍ନାକୁ ଆସିଛି। ଗତ ସପ୍ତାହରେ ପାଟନା ପୁଲିସର ଏକ ଟିମ୍ ଯାଞ୍ଚ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ । ରବିବାର ଯାଞ୍ଚ ଟିମର ନେତୃତ୍ୱ ନେବାକୁ ପାଟନା ଏସପି ବିନୟ ତିୱାରୀଙ୍କୁ ପଠାଯାଇଥିଲା। ତେବେ ମୁମ୍ବାଇରେ ପହଞ୍ଚିବା ପରେ ତଦନ୍ତରେ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ବାଧ୍ୟତାମୂଳକଭାବେ ସଙ୍ଗରୋଧରେ ରଖାଯାଇଛି। ବ୍ରିହାନ ମୁମ୍ବାଇ ମହାନଗର ନିଗମ ତାଙ୍କୁ ସଙ୍ଗରୋଧରେ ରହିବା ପାଇଁ ପଠାଇଦେଇଥିବା ଖବର ଟୁଇଟ୍ କରି ଜଣାଇଛନ୍ତି ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ।

ଟୁଇଟରେ, ଆଇପିଏସ୍ ଅଧିକାରୀ ବିନୟ ତିୱାରୀ ରବିବାର ଯାଞ୍ଚ ଟିମର ନେତୃତ୍ୱ ନେବା ପାଇଁ ପାଟନାରୁ ମୁମ୍ବାଇରେ ପହଞ୍ଚିଥିଲେ। କିନ୍ତୁ ପହଞ୍ଚିବା ପରେ ତାଙ୍କୁ ରାତି ୧୧ଟା ସମୟରେ ବିଏମସି ଅଧିକାରୀମାନେ ବାଧ୍ୟତାମୂଳକଭାବେ ସଙ୍ଗରୋଧରେ ରହିବା ପାଇଁ କହିଥିଲେ। ଅନୁରୋଧ ସତ୍ତ୍ବେ ତାଙ୍କୁ ଆଇପିଏସ ମେସ ଯୋଗାଇ ଦିଆଯାଇନଥିଲା ଏବଂ ‌ସେ ଗୋରେଗାଓଁର ଏକ ଗେଷ୍ଟ ହାଉସରେ ରହିଥିଲେ ବୋଲି ଲେଖିଛନ୍ତି ଡିଜିପି ଗୁପ୍ତେଶ୍ବର ପାଣ୍ଡେ |

ଅନ୍ୟ ପକ୍ଷରେ, ବିହାର ପୁଲିସର ଅଧିକାରୀମାନେ କହିଛନ୍ତି ଯେ, ଚାରିଜଣିଆ ଟିମକୁ ଯାଞ୍ଚ ପାଇଁ ମୁମ୍ବାଇକୁ ପଠାଯାଇଥିଲା। ଚାରିଜଣିଆ ଟିମ ସେଠାରେ ପହଞ୍ଚି ଅନେକ ପ୍ରମାଣ ସଂଗ୍ରହ କରିଥିଲେ, ଯାହାର ତତ୍ତ୍ବାମଧାନ ପାଇଁ ଏସପି ବିନୟ ତିୱାରୀଙ୍କୁ ରବିବାର ଦିନ ପାଟନା ପଠାଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବା ପରେ ବିନୟ ତିୱାରୀଙ୍କୁ ବାଧ୍ୟତାମୂଳକଭାବେ ସଙ୍ଗରୋଧରେ ରଖାଯାଇଛି। ବିଏସସିର ଏହି ପଦକ୍ଷେପ ଅନେକ ପ୍ରଶ୍ନ ଉଠାଉଛି। ଏହାପୂର୍ବରୁ ମୁମ୍ବାଇ ପୁଲିସ ବିହାର ପୁଲିସକୁ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe