ମରଣଯନ୍ତା ପଲଟିଛି ମାଟି ରାସ୍ତା ; ପହଞ୍ଚି ପାରୁନି ଆମ୍ବୁଲାନ୍ସ, ପ୍ରଶାସନ ଚୁପ୍...

କନ୍ଧମାଳ ଜିଲ୍ଲାର ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ଖଲିପାଡ଼ି ଛକ ତରବାରୀ ରାସ୍ତାଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଖାଲଖମା ହୋଇ ପଡ଼ିରହିଛି ରାସ୍ତା। ଅନେକ ଦୁର୍ଗମ ଅଞ୍ଚଳକୁ ଆଜିବି ରାସ୍ତା ନାହିଁ।

ROAD

ROAD Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ଖଲିପାଡ଼ି ଛକ ତରବାରୀ ରାସ୍ତାଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଖାଲଖମା ହୋଇ ପଡ଼ିରହିଛି ରାସ୍ତା। ଅନେକ ଦୁର୍ଗମ ଅଞ୍ଚଳକୁ ଆଜିବି ରାସ୍ତା ନାହିଁ। ବସବାସ କରୁଥିବା ଜନସାଧାରଣଙ୍କୁ ଖାଲଖମା ରାସ୍ତା ଦେଇ ଯିବାକୁ ପଡୁଥିବା ଦେଖିବାକୁ ମିଳିଛି। ଆଉ କିଛି ଗାଁକୁ ମାଟି ରାସ୍ତା ଥିଲେ ମଧ୍ୟ ପକ୍କା ରାସ୍ତା ନିର୍ମାଣ ହୋଇ ପାରୁନାହିଁ।

ବର୍ଷା ଦିନ ଆସିଲେ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଉଛି। ଖାଲି ଏତିକି ନୁହେଁ, ଗାଁକୁ ଆମ୍ବୁଲାନ୍ସ ଆସିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ୁଛି। ଏହି ସମୟରେ ରୋଗୀ ଏବଂ ଗର୍ଭବତୀଙ୍କୁ ଖଟିଆରେ ଵୋହିକି ନେବାକୁ ପଢୁଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ଆଜିବି ଖାଲଖମା ହୋଇ ପଡ଼ିରହିଛି ମାଟି ରାସ୍ତା।

ଦିନେ ନୁହେଁ କି ମାସେ ନୁହେଁ ବର୍ଷବର୍ଷ ଧରି ଗ୍ରାମବାସୀଙ୍କ ପାଇଁ ଏହି ଖାଲଖମା ରାସ୍ତା ହିଁ ଏକମାତ୍ର ଭରଷା ରହିଛି। ଏହି ଗାଁରେ ୧୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। ସମସ୍ତେ କୁଲି, ମଜୁରି କରି ପରିବାର ପ୍ରତିପୋଷଣ କରନ୍ତି କିନ୍ତୁ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡେ ହୋଇପାରିଲା ନାହିଁ। ଏହି ଗାଁକୁ ଭଲ ପକ୍କା ରାସ୍ତାଟିଏ ନିର୍ମାଣ ହେବ ବୋଲି  ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିବା ପରେ ବି ସମାଧାନ ହୋଇପାରୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

ଅନ୍ୟପଟେ ଖାଲଖମା ରାସ୍ତା ଦେଇ ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁନଥିବାରୁ ଗର୍ଭବତୀ ମହିଳା ତଥା ଗୁରୁତର ରୋଗୀଙ୍କୁ ପାଖା ମେଡିକାଲକୁ ଖଟିଆରେ ବୋହିକି ନେବାକୁ ପଢୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ସଚଳା ପୂଜାରୀ, ଶ୍ରୀରିମା ପାତ୍ର, ଶସ୍କିତା ପାତ୍ର, ତାରାବତୀ ପାତ୍ର, କାଜଲ ପାତ୍ର, ସୁନାତା ପାତ୍ର, ପଙ୍କଜିନି ପାତ୍ର, ଲତିକା ବିଶ୍ଵୋଇ ସମେତ ଅନ୍ୟ ଗ୍ରାମବାସୀମାନେ ଦାବି କରିଛନ୍ତି।

Odisha | Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe