ଶରୀରରେ କେଉଁ ଅଙ୍ଗରେ ପରଫ୍ୟୁମ୍‌ ଲଗାଇବା ଉଚିତ?

Advertisment
ଶରୀରରେ କେଉଁ ଅଙ୍ଗରେ ପରଫ୍ୟୁମ୍‌ ଲଗାଇବା ଉଚିତ?

ପ୍ରତ୍ୟେକ ଋତୁରେ ଆଧୁନିକ ଲୋକେ ନିଜ ଦେହରେ ପରଫ୍ୟୁମ୍‌ ଲଗାଇଥାନ୍ତି। ତେବେ ଖରାଦିନେ ଏହାର ବ୍ୟବହାର ଅଧିକ। କିନ୍ତୁ କିଛି ଲୋକଙ୍କର ଅଭିଯୋଗ ଯେ,ତାଙ୍କ ପରଫ୍ୟୁମ୍‌ର ବାସ୍ନା ବେଶୀ ସମୟ ରହି ନ ଥାଏ। ଏମାନେ ଜାଣିବା ଉଚିତ ଯେ, ଶରୀରର କେତେକ ନିର୍ଦ୍ଦିଷ୍ଟ ଅଙ୍ଗରେ ପରଫ୍ୟୁମ୍‌ ଲଗାଇଲେ ହିଁ ତାହାର ପ୍ରଭାବ ଅଧିକ ସମୟ ଯାଏଁ ରହିବ। ଏହା ଦ୍ୱାରା ଆପଣ ଅଧିକ ସମୟ ଯାଏଁ ସୁଗନ୍ଧିତ ରହିବେ।

ନାଭି ହେଉଛି ଶରୀର ଗରମ ଅଙ୍ଗ ଭିତରୁ ଗୋଟିଏ। ଯଦି ଆପଣ ଏଠାରେ ପରଫ୍ୟୁମ୍‌ ଲଗାଇବେ ତ,ତେବେ ତାହା ଆପଣଙ୍କୁ ଅଧିକ ସମୟ ଯାଏଁ ସୁଗନ୍ଧିତ ରଖିବ।
କେଶ ଆମ ଶରୀରର ସବୁଠାରୁ ଉପରେ ରହିଥାଏ। ଏଣୁ ଏହାର ବାସ୍ନା ମନକୁ ମୋହି ଥାଏ। ଏଣୁ ଅଳ୍ପ ପରଫ୍ୟୁମ୍‌ କେଶରେ ଲଗାଇଲେ ଭଲ। କାନ ପଛରେ ପରଫ୍ୟୁମ୍‌ ଲଗାଇଲେ ତାହା ମଧ୍ୟ ଅଧିକ ପ୍ରଭାବଶାଳୀ କରିଥାଏ।

publive-image photp-mnn.com

ହାତର କହୁଣୀର ଭିତର ଅଂଶରେ ମଧ୍ୟ ପରଫ୍ୟୁମ୍‌ ଲଗାଇବା ଭଲ। କାରଣ ଶରୀରର ଏହି ଅଂଶରୁ ଅଧିକ ଝାଳ ନିର୍ଗତ ହୋଇଥାଏ। ଏଠାରେ ପରଫ୍ୟୁମ୍‌ ଲଗାଇଲେ ,ତାହାର ପ୍ରଭାବ ଅଧିକ ସମୟ ଯାଏଁ ରହିଥାଏ। ଠିକ୍‌ ସେହିପରି ଆଣ୍ଠୁର ଭିତର ଅଂଶରେ ମଧ୍ୟ ପରଫ୍ୟୁମ୍‌ ଲଗାଇଲେ ଅଧିକ ସମୟ ଯାଏଁ ସୁବାସ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe