Image Courtesy of India Today
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ରାଜସ୍ଥାନର ପ୍ରଥମ ତଥା ଦେଶର ୧୫ଶ ‘ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍’ ଚଳାଚଳର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ‘ଭାରତ ଆଗ, ସବୁବେଳେ ଆଗ’ ଉଚ୍ଛ୍ବାସକୁ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ସମୃଦ୍ଧ କରୁଛି। ମୁଁ ଗତ ଦୁଇ ମାସ ମଧ୍ୟରେ ଷଷ୍ଠ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଚଳାଚଳ ଶୁଭାରମ୍ଭ କରିବାର ସୌଭାଗ୍ୟ ଅର୍ଜନ କରିଛି।
‘ବନ୍ଦେ ଭାରତ ଏକ୍ସପ୍ରେସ୍’ ବିକାଶ, ଆଧୁନିକତା, ଆତ୍ମନିର୍ଭରଶୀଳତା ଏବଂ ସ୍ଥିରତାର ପରିଭାଷା ପାଲଟି ଯାଇଛି। ଏହା ରାଜସ୍ଥାନର ପର୍ଯ୍ୟଟନ ଶିଳ୍ପକୁ ଖୁବ୍ ଉପକୃତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Image Grabbed Form Videoଦୁର୍ଯୋଗକୁ ଅତୀତରେ ସ୍ବାର୍ଥପରତା ଏବଂ ତିକ୍ତ ରାଜନୀତି ରେଳବାଇର ଆଧୁନିକୀକରଣରେ ଅନ୍ତରାୟ ହୋଇ ରହିଥିଲା। ବ୍ୟାପକ ଦୁର୍ନୀତି ରେଳବାଇରେ ବିକାଶ କରାଇ ଦେଉ ନ ଥିଲା କି, ରେଳବାଇ ଚାକିରି ନିମନ୍ତେ ଚୟନ ପ୍ରକ୍ରିୟାକୁ ପ୍ରଭାବମୁକ୍ତ କରିପାରୁ ନ ଥିଲା ବୋଲି ସେ କହିଛନ୍ତି।
ଉଦ୍ଘାଟନୀ ଯାତ୍ରାରେ ଏହି ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଜୟପୁର ଏବଂ ଦିଲ୍ଲୀର କ୍ୟାଣ୍ଟନ୍ମେଣ୍ଟ୍ ମଧ୍ୟରେ ଚଳାଚଳ କରିବ। କିନ୍ତୁ ଏପ୍ରିଲ୍ ୧୩ ତାରିଖରୁ ଏହା ନିୟମିତ ଚଳାଚଳ ଆରମ୍ଭ କରିବ। ୫.୧୫ ଘଣ୍ଟାରେ ରାଜସ୍ଥାନର ଆଜ୍ମେର୍ ଓ ଦିଲ୍ଲୀର କ୍ୟାଣ୍ଟନ୍ମେଣ୍ଟ୍ ମଧ୍ୟରେ ଚଳାଚଳ କରିବା ବେଳେ ଏହି ଟ୍ରେନ୍ ଜୟପୁର, ଅଲ୍ୱାର ଓ ଗୁରୁଗ୍ରାମରେ ରହି ରହି ଯିବ।
Follow Us