ଡିସେମ୍ବରରୁ ପିଏନବି ଏଟିଏମରୁ ଟଙ୍କା ଉଠାଣ ନିୟମ ବଦଳିବ

Advertisment
ଡିସେମ୍ବରରୁ ପିଏନବି ଏଟିଏମରୁ ଟଙ୍କା ଉଠାଣ ନିୟମ ବଦଳିବ

aajtak

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବରରୁ ଏଟିଏମରୁ ଟଙ୍କା ଉଠାଣ ନିୟମ ବଦଳାଇବ ପିଏନବି । ଟଙ୍କା ଉଠାଣ ପ୍ରକ୍ରିୟାକୁ ସୁରକ୍ଷିତ କରିବା ପାଇଁ ପିଏନବି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛି। ଡିସେମ୍ବର ୧ପରଠାରୁୁ ଗ୍ରାହକମାନେ ଓଟିପି ମାଧ୍ୟମରେ ଟଙ୍କା ଉଠାଇ ପାରିିବେ। ୧୦,୦୦୦ରୁ ଅଧିକ ଟଙ୍କା ଉଠାଇବାକୁ ହେ‌ଲେ ଗ୍ରାହକଙ୍କୁ ଓଟିପିର ଆବଶ୍ୟକତା ପଡ଼ିବ। ଡିସେମ୍ବର ୧ରୁ ଏହି ନିୟମ ଲାଗୁ ହେବାକୁ ଥିବା ବେଳେ ସନ୍ଧ୍ୟା ୮ଟାରୁ ସକାଳ ୮ଟା ମଧ୍ୟରେ ଆପଣ ୧୦,୦୦୦ଟଙ୍କାରୁୁ ଅଧିକ ଉଠାଇଲେ ଆପଣଙ୍କୁ ଓଟିିପିର ଆବଶ୍ୟକତା ପଡ଼ିବ।

ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ (ଓବିସି)କୁ ପିଏନବିରେ ମିଶ୍ରଣ କରାଯାଇଛି। ତେଣୁ ପିଏନବିର ଓଟିିପି ଆଧାରିତ ସୁବିଧା ଏହି ବ୍ୟାଙ୍କଗୁଡିକର ଗ୍ରାହକ ଏବଂ ଏଟିଏମ୍ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ | ପିଏନବି ପୂର୍ବରୁ ଏସବିଆଇ ମଧ୍ୟ ନିିଜ ଗ୍ରାହକମାନଙ୍କ ପାଇଁ ଓଟିପି ସୁବିଧା ଆଣିଥିଲା।

इन बैंकों पर भी लागू aajtak

ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଟ୍ଵିଟ୍ କରି ଜଣାଇଥିଲା ଯେ, ଏଣିକି ବ୍ୟାଙ୍କର କୌଣସି ବି ଏଟିଏମରୁ ନଗଦ ଟଙ୍କା ଉଠାଣ ଅଧିକ ସୁରକ୍ଷିତ କରି ଦିଆଯାଇଛି। ଯଦି ଏସବିଆଇ ଏଟିଏମରୁ ୧୦ ହଜାର କିମ୍ବା ଅଧିକ ଟଙ୍କା ଉଠାଯାଏ ତେବେ ପଞ୍ଜୀକୃତ ମୋବାଇଲ ନମ୍ବରରେ ଓଟିପି ଯିବ। ଓଟିପି ଆସିବା ପରେ ଟଙ୍କା ଉଠାଯାଇ ପାରିବ। ଏଟିଏମ ଠକେଇରୁ ଗ୍ରାହକଙ୍କୁ ବଞ୍ଚାଇବା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପୂରା ଦେଶରେ ୨୪ ଘଣ୍ଟା ପାଇଁ ଓଟିପି ଆଧାରିତ ସେବା ଆରମ୍ଭ କରିଥିଲା। କାରଣ ଓଟିପି ଦେବା ପରେ ହିଁ ଆପଣ ୧୦ ହଜାର କିମ୍ବା ସେଥିରୁ ଅଧିକ ଟଙ୍କା ଉଠାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe