‘ଗଡ୍‌, ସେକ୍ସ ଆଣ୍ଡ ଟ୍ରୁଥ୍‌’ ଚଳଚ୍ଚିତ୍ରର ନାୟିକା ପର୍ଣ୍ଣ ଷ୍ଟାର୍‌ ମିଆ ପ୍ରଧାନମନ୍ତ୍ରୀ ମୋଦି ଓ ଅମ୍ବାନୀଙ୍କଠାରୁ ବେଶି ଲୋକପ୍ରିୟ!

Advertisment
‘ଗଡ୍‌, ସେକ୍ସ ଆଣ୍ଡ ଟ୍ରୁଥ୍‌’ ଚଳଚ୍ଚିତ୍ରର ନାୟିକା ପର୍ଣ୍ଣ ଷ୍ଟାର୍‌ ମିଆ ପ୍ରଧାନମନ୍ତ୍ରୀ ମୋଦି ଓ ଅମ୍ବାନୀଙ୍କଠାରୁ ବେଶି ଲୋକପ୍ରିୟ!

ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିଛନ୍ତି। ଗୁଗୁଲ୍‌ ଟ୍ରେଣ୍ଡ୍‌ ରିପୋର୍ଟ ଅନୁଯାୟୀ ରାମ ଗୋପାଳ ନିଜ ଟୁଇଟର୍‌ରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କଠାରୁ ମଧ୍ୟ ପର୍ଣ୍ଣ ଷ୍ଟାର ମିଆ ମାଲ୍‌କୋଭା ଅଧିକ ଲୋକପ୍ରିୟ। ବର୍ମାଙ୍କର ଆଗକୁ ଆସିବାକୁ ଥିବା ‘ଗଡ୍‌, ସେକ୍ସ ଆଣ୍ଡ ଟ୍ରୁଥ୍‌’ ଚଳଚ୍ଚିତ୍ରରେ ମିଆ ଦେଖିବାକୁ ମିଳିବେ। ଏହା ଏକ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର। ଆସନ୍ତା ଜାନୁଆରି ୨୬ ତାରିଖରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ଜାଣିବାକୁ ମିଳିଛି।

publive-image

ଉଲ୍ଲେଖଯୋଗ୍ୟ, ପର୍ଣ୍ଣ ଷ୍ଟାର୍‌ ମିଆଙ୍କର ଟୁଇଟର୍‌ରେ ଫଲୋର୍ସଙ୍କ ସଂଖ୍ୟା ୪ ଲକ୍ଷ ୨୭ ହଜାର। ମିଆ ହେଉଛନ୍ତି ଆମେରିକାନ୍‌ ପର୍ଣ୍ଣ ଅଭିନେତ୍ରୀ। ୧୯୯୨ ମସିହାରେ କାଲିଫର୍ଣ୍ଣିଆରେ ମିଆଙ୍କ ଜନ୍ମ। ମିଆ କରିଥିବା ବର୍ମାଙ୍କର ଏହି ଚଳଚ୍ଚିତ୍ରଟି ଗତ ବର୍ଷ ୟୁରୋପରେ ରିଲିଜ୍‌ ହୋଇସାରିଛି। ତେବେ ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ମିତ ‘ପଦ୍ମାବତ୍‌’ ଚଳଚ୍ଚିତ୍ର ରିଲିଜ୍‌ ହେବାର ପରଦିନ ବର୍ମାଙ୍କର ‘ଗଡ୍‌, ସେକ୍ସ ଆଣ୍ଡ ଟ୍ରୁଥ୍‌’ ଚଳଚ୍ଚିତ୍ର ପରଦାକୁ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe