ଆଳୁ ରାଜନୀତି: ଶାସକ-ବିରୋଧୀଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ, ଯୋଗାଣ ମନ୍ତ୍ରୀ କହିଲେ ଭାଇ ଭଉଣୀଙ୍କୁ ଆଳୁ ଦେବାକୁ ମନା କରିଥାଇ ପାରନ୍ତି...

Advertisment
ଆଳୁ ରାଜନୀତି: ଶାସକ-ବିରୋଧୀଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ, ଯୋଗାଣ ମନ୍ତ୍ରୀ କହିଲେ ଭାଇ ଭଉଣୀଙ୍କୁ ଆଳୁ ଦେବାକୁ ମନା କରିଥାଇ ପାରନ୍ତି...

ଭୁବନେଶ୍ୱର: ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଛି। ଫଳରେ ଆଳୁ ଦର ବଢ଼ିବାରେ ଲାଗିଛି। ବାହାର ରାଜ୍ୟରୁ ଆଳୁ ମଧ୍ୟ ଆସି ପାରୁନି। ଆଳୁ ଦର ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଅନ୍ୟ ରାଜ୍ୟରୁ ଆଳୁ ନ ଆସିବା ନେଇ ଏବେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ କାଦୁଅ ପିଙ୍ଗା ରାଜନୀତି ଆରମ୍ଭ ହୋଇଛି।

ତେବେ ଏହାରି ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ୟୁପି ଓ ପଶ୍ଚିମବଙ୍ଗରୁ ଆଳୁ ଆସିବାକୁ ଯାଉଛି। ଆଳୁକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ବ୍ୟବସାୟୀମାନେ ନିର୍ଦ୍ଦେଶ ଅନୁଯାୟୀ କାମ କରୁଛନ୍ତି। ଏଥିସହ ସେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି।

ପଶ୍ଚିମବଙ୍ଗ ଆଳୁ ଦେଉ ନ ଥିବା ନେଇ ନବୀନଙ୍କୁ ଇସାରା କରି ଯୋଗାଣମନ୍ତ୍ରୀ କହିଛନ୍ତି, କାହିଁକି ପଶ୍ଚିମବଙ୍ଗ ଆଳୁ ଛାଡ଼ୁନି ଜଣା ନାହିଁ। ନବୀନ ପଟ୍ଟନାୟକଙ୍କୁ ଭାଇ ଓ ମମତାଙ୍କୁ ଭଉଣୀ ଦର୍ଶାଇ ସେ କହିଛନ୍ତି ଭାଇଭଉଣୀଙ୍କୁ ଆଳୁ ଦେବାକୁ ମନା କରି ଦେଇଥିବେ।

ଯୋଗାଣମନ୍ତ୍ରୀଙ୍କ ଅଭିଯୋଗ ନେଇ ବିଜେଡି ନେତା ସତ୍ୟନାରାୟଣ ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନବୀନ ବାବୁ ସେଭଳି କାମ କେବେ କରନ୍ତିନି। ଓଡ଼ିଶାକୁ ଆଳୁ ଆସିବା ପାଇଁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ। ଜଣେ ଜନନାୟକ ଭାବେ ନବୀନ ପରିଚିତ। ସେ ଏପରି କେବେ ଚିନ୍ତା କରି ପାରିବେ ନାହିଁ। ଏହା ବିଜେପିର ରୁଗ୍‌ଣ ମାନସିକତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe