ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଦୁର୍ବଳ ହେଲା: ୪ ଦିନ ପର୍ଯ୍ୟନ୍ତ ବର୍ଷା, ୧୧ ଜିଲ୍ଲାକୁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Advertisment
ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଦୁର୍ବଳ ହେଲା: ୪ ଦିନ ପର୍ଯ୍ୟନ୍ତ ବର୍ଷା, ୧୧ ଜିଲ୍ଲାକୁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇଛି। ଆହୁରି ଦୁର୍ବଳ ହୋଇ ଏହା ଲଘୁଚାପରେ ପରିଣତ ହେବ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଦୁର୍ବଳ ଅବପାତ ଅଧିକ ଦୁର୍ବଳ ହେବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଏହା ସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ରାଜ୍ୟରେ ସକ୍ରିୟ ରହିଛି ।

ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରବିବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ ଏବଂ ଗଜପତି ଆଦି ୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହାର ପ୍ରଭାବରେ କେତେକ ଅଞ୍ଚଳରେ ଫ୍ଲାସ ଫ୍ଲଡ ଭଳି ସ୍ଥିତି ଉପୁଜିପାରେ । ତଳିଆ ଅଞ୍ଚଳରେ ପାଣି ଜମିବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ଏଥିପାଇଁ ସତର୍କ ରହିବାକୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି ।

ସେହିପରି ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅବପାତ ଓ ମୌସୁମୀ ସକ୍ରିୟ ରହିଥିବାରୁ ଅଶାନ୍ତ ରହିଛି ବଙ୍ଗୋପସାଗର । ସେପଟେ ରାଜ୍ୟରେ ଏଯାଏ ୩୩୨. ୯ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ବାଭାବିକ ବର୍ଷା ପରିମାଣ ୪୧୭. ୫ ମିମି ତୁଳନାରେ ଏହା ୨୦ ପ୍ରତିଶତ କମ୍ । ଗୋଟିଏ ଜିଲ୍ଲା ମାଲକାନଗିରିରେ ଅତ୍ୟଧିକ ବୃଷ୍ଟିପାତ ହୋଇଥିବା ବେଳେ ୧୨ଟି ଜିଲ୍ଲାରେ ସ୍ବାଭାବିକ ଓ ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe