ମହାବଲୀପୁରମ୍‌ରେ ପହଞ୍ଚିଲେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌; ପ୍ରଧାନମନ୍ତ୍ରୀ ମୋଦୀ କଲେ ଭବ୍ୟ ସ୍ୱାଗତ

Advertisment

ଏବେ ସମଗ୍ର ବିଶ୍ୱର ନିଜର ମହାବଲୀପୁରମ୍‌ ଉପରେ କେନ୍ଦ୍ରୀଭୂତ

ଏବେ ସମଗ୍ର ବିଶ୍ୱର ନିଜର ମହାବଲୀପୁରମ୍‌ ଉପରେ କେନ୍ଦ୍ରୀଭୂତ

ମହାବଲୀପୁରମ୍‌ରେ ପହଞ୍ଚିଲେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌; ପ୍ରଧାନମନ୍ତ୍ରୀ ମୋଦୀ କଲେ ଭବ୍ୟ ସ୍ୱାଗତ

ମହାବଲୀପୁରମ୍‌: ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିତୀୟ ଅନୌପଚାରିକ ଶିଖର ବୈଠକରେ ଏକତ୍ରିତ ହୋଇ ଦ୍ୱିପାକ୍ଷିକ ସଂପର୍କରେ ଆଲୋଚନା କରିବା ପାଇଁ ଆଜି ଅପରାହ୍ଣ ୫ଟାରେ ଭାରତର ଐତିହ୍ୟ ସଂପନ୍ନ ଐତିହାସିକ ଉପକୂଳ ସହର ମହାବଲୀପୁରମ୍‌ ଠାରେ ପହଞ୍ଚିଛନ୍ତି। ମହାବଲୀପୁରମ୍‌ ଠାରେ ପହଞ୍ଚିବା ପରେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏବେ ସମଗ୍ର ବିଶ୍ୱର ନିଜର ମହାବଲୀପୁରମ୍‌ ଉପରେ କେନ୍ଦ୍ରୀଭୂତ ହୋଇ ରହିଥିବା ବେଳେ ଉଭୟ ନେତାଙ୍କ ମଧ୍ୟରେ ହେବାକୁ ଥିବା ଅନୌପଚାରିକ ଆଲୋଚନାର ନିଷ୍କର୍ଷ ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି ସମଗ୍ର ବିଶ୍ୱ।

ପୂର୍ବରୁ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରି ‘ଭାରତକୁ ସ୍ୱାଗତ; ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌’ ବୋଲି କହିଥିଲେ। ରାଷ୍ଟ୍ରପତି ଜିନପିଙ୍ଗ ମହାବଲୀପୁରମରେ ପହଞ୍ଚିବା ପରେ ‌ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ସମୟରେ ତାମିଲନାଡୁର ପାରମ୍ପରିକ ପୋଷାକ ଲୁଙ୍ଗି ଓ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି। ସ୍ବାଗତ ପରେ ମୋଦୀ ତାଙ୍କୁ ମହାବଲୀପୁରମର କୀର୍ତ୍ତିରାଜି ବୁଲାଇ ଦେଖାଇଛନ୍ତି।

ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଚେନ୍ନାଇରେ ପହଞ୍ଚି ତାଙ୍କ ହୋଟେଲକୁ ଯାଉଥିବା ବେଳେ ଚେନ୍ନାଇରେ ରହୁଥିବା ଚୀନ୍‌ ନାଗରିକମାନେ ମଧ୍ୟ ତାଙ୍କୁ ରାସ୍ତା କଡ଼ରେ ଠିଆ ହୋଇ ହାତରେ ଉଭୟ ଦେଶର ପତାକା ଧରି ତାଙ୍କୁ ସ୍ୱାଗତ ଜଣାଉଥିବା ଦେଖିବାକୁ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନୌପଚାରିକ ଶିଖର ବୈଠକରେ ଯୋଗ ଦେବାକୁ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଏକ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଅପରାହ୍ଣ ୨ଟା୧୦ ମିନିଟରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ସେଠାରେ ତାଙ୍କୁ ତାମିଲନାଡ଼ୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା। ପରେ ଅପରାହ୍ଣ ୪ଟାରେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଚେନ୍ନାଇ ଛାଡ଼ି ମହାବଲୀପୁରମ୍‌ ଅଭିମୁଖେ ବାହାରିଥିଲେ।

ଭାରତରେ କ’ଣ ରହିଛି ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ କାର୍ଯ୍ୟକ୍ରମ?

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କ ଗସ୍ତ ସଂପର୍କିିତ ଯେଉଁ କାର୍ଯ୍ୟସୂଚୀ ହସ୍ତଗତ ହୋଇଛି ସେଥିରେ ଆଜି କୌଣସି ପ୍ରକାରର ସରକାରୀ କାର୍ଯ୍ୟକ୍ରମ ନାହିଁ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଏକ ‘ଗାଇଡେଡ୍‌ ଟୁର’ରେ ଯାଇ ଐତିହ୍ୟ ସଂପନ୍ନ ଐତିହାସିକ ଉପକୂଳ ସହର ମହାବଲୀପୁରମ୍‌ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବେ। ପରେ ସନ୍ଧ୍ୟା ୬ଟାରେ ସୋର୍‌ ଟେମ୍ପଲ ଠାରେ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପରେ ୬ଟା ୪୫ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ଦିଆଯିବାକୁ ଥିବା ରାତ୍ରି ଭୋଜନରେ ଯୋଗଦେବେ ରାଷ୍ଟ୍ରପତି ଜିନ୍‌ପିଙ୍ଗ। ଏଇଠାରେ ସମାପ୍ତ ହେବ ଆଜିର କାର୍ଯ୍ୟକ୍ରମ।

ଆସନ୍ତାକାଲି (ଶନିବାର) ସକାଳ ୯ଟା ୫୦ରେ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଆସି ପହଞ୍ଚିବେ ତାଜ୍‌ ଫିସରମ୍ୟାନ୍‌ସ କୋଭ ରିସର୍ଟ ଆଣ୍‌୍‌ ସ୍ପାରେ। ସେଠାରେ ୧୦ଟାରେ ଆୟୋଜିତ ହେବାକୁ ଥିବା ଏକ ଚା’ ଆସରରେ ଯୋଗଦେବା ପରେ ୧୦ଟା ୫୦ରୁ ଉଭୟ ନେତାଙ୍କ ଉପସ୍ଥିତିରେ ପ୍ରତିନିଧି ସ୍ତରୀୟ ଆଲୋଚନା ଆରମ୍ଭ ହେବ। ପ୍ରତିନିଧି ସ୍ତରୀୟ ଆଲୋଚନା ପରେ ୧୧ଟା ୪୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ଦିଆଯିବାକୁ ଥିବା ମଧ୍ୟାହ୍ନ ଭୋଜନରେ ଯୋଗଦେବେ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌। ମଧ୍ୟାହ୍ନ ୧୨ଟା୪୫ରେ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ମହାବଲୀପୁରମ୍‌ ଛାଡ଼ି ଚେନ୍ନାଇ ଅଭିମୁଖେ ବାହାରିବେ। ଅପରାହ୍ଣ ୧ଟା ୩୦ରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଚୀନ୍‌ ଅଭିମୁଖେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe