ଠିପି ଖୋଲା ମଦ ଦୋକାନ ସ୍ଥାନାନ୍ତର ଦାବିରେ ଖଇରାରେ ତାତିଲେ ମହିଳା

Advertisment
ଠିପି ଖୋଲା ମଦ ଦୋକାନ ସ୍ଥାନାନ୍ତର ଦାବିରେ ଖଇରାରେ ତାତିଲେ ମହିଳା

ଖଇରା: ଠିପି ଖୋଲା ମଦ ଦୋକାନ ସ୍ଥାନାନ୍ତର ନେଇ ଗର୍ଜିଲେ ମହିଳା। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଆଳଦା ସ୍ଥିତ ଶିବ ମନ୍ଦିର ପାଖରେ ଖୋଲିବା ନେଇ ସ୍ଥିର ହୋଇଥିବା ବେଳେ ଏହାକୁ ବିରୋଧ କରି ଆଜି ସଞ୍ଚୟିକା ପଂଚାୟତ ସ୍ତରୀୟ ମହାସଂଘର ମହିଳା ସଭ୍ୟାମାନେ ଆଜି ଖଇରା ବଜାରରେ ଏକ ମଦ ଦୋକାନ ସ୍ଥାନାନ୍ତର ଆମର ଦାବି ନାରା ଦେଇ ଏକ ଶୋଭାଯାତ୍ରାରେ ବାହାରି ତୋରାଣିପଦା ଛକ ନିକଟରେ ପ୍ରତିବାଦ ସଭା କରିଛନ୍ତି।

publive-image

ଏହି ମଦ ଦୋକାନ ପାଖରେ ମନ୍ଦିର, ବିଦ୍ୟାଳୟ, ସାଇ ମନ୍ଦିର, ଅଙ୍ଗନବାଡି କେନ୍ଦ୍ର ଥିବାରୁ ଏଠାରୁ ମଦ ଦୋକାନ ସ୍ଥାନାନ୍ତର ପାଇଁ ମହିଳାମାନେ ଦାବି କରିଛନ୍ତି। ଆଗାମୀ ୭ ଦିନରେ ସରକାର ଏଥିପ୍ରତି କିଛି ତତ୍ପରତା ନ ଦେଖାଇଲେ ରାଜରାସ୍ତା ଅବରୋଧ କରିବାର ସମ୍ଭାବନା ଅଛି ବୋଲି ସଞ୍ଚୟିକା ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘର ସଭାନେତ୍ରୀ ପୁଷ୍ପଲତା ମହାରଥା ଓ ସଂପାଦିକା କବିତା ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe