ପୁରୀ ବାଣ ବିସ୍ଫୋରଣ ଘଟଣା: ଆହତଙ୍କ ଚିକିତ୍ସା ସମ୍ପର୍କରେ ସୂଚନା ଦେଲେ ଏସସିବି ମେଡିକାଲ ସୁପରିଟେଣ୍ଡେଣ୍ଟ

Advertisment
ପୁରୀ ବାଣ ବିସ୍ଫୋରଣ ଘଟଣା: ଆହତଙ୍କ ଚିକିତ୍ସା ସମ୍ପର୍କରେ ସୂଚନା ଦେଲେ ଏସସିବି ମେଡିକାଲ ସୁପରିଟେଣ୍ଡେଣ୍ଟ

କଟକ: ପୁରୀ ବାଣ ବିସ୍ଫୋରଣ ଘଟଣାରେ କଟକ ଏସସିବି ମେଡିକାଲରେ ଚାଲିଥିବା ଆହତଙ୍କ ଚିକିତ୍ସା ସମ୍ପର୍କରେ ସୂଚନା ଦେଇ ଏସସିବି ମେଡିକାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ଏବେ ୭ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ଏମାନଙ୍କ ମଧ୍ୟରୁ ୩ ଜଣ ପ୍ଲାଷ୍ଟିକ୍ ସର୍ଜରୀ ଏବଂ ୪ ଜଣ ଜେନେରାଲ୍ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି। ୩ ଜଣ ଗୁରୁତର ଆହତ ଆସିୟୁରେ ଥିବା ବେଳେ ସେମାନଙ୍କ ଶରୀରର ଶତପ୍ରତିଶତ ପୋଡି ଯାଇଛି।

ଗୁରୁତର ଅବସ୍ଥାରେ ଥିବା ଆହତଙ୍କ ଚିକିତ୍ସା ସର୍ଜରୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ବିଶେଷଞ୍ଜ ଡାକ୍ତର କରୁଛନ୍ତି। ଅନ୍ୟ ଜଣେ ଆହତଙ୍କ ଶରୀର ୫୦ରୁ ୬୦ ପ୍ରତିଶତ ପୋଡି ଥିବା ବେଳେ ଅନ୍ୟ ଆହତଙ୍କ ଶରୀର ୩୦ରୁ ୪୦ ପ୍ରତିଶତ ଜଳିଯାଇଥିବା ଏସସିବି ସୁପରିଟେଣ୍ଡେଣ୍ଟ କହିଛନ୍ତି। ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe