ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ଘଟଣା:ଟେର୍ ପାଉନି ତଦନ୍ତ କମିଟି, ପୁଲିସର ତନାଘନା

ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ଘଟଣା:ଟେର୍ ପାଉନି ତଦନ୍ତ କମିଟି, ପୁଲିସର ତନାଘନା

The New Indian Express

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ପାଞ୍ଚ ଦିନ ବିତିଯାଇଛି। କୁଳପତିଙ୍କ ଦ୍ଵାରା ଗଠିତ ବିଶ୍ବବିଦ୍ୟାଳୟର ତଦନ୍ତ କମିଟି କୌଣସି ଟେର ପାଇନଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ପୁଲିସ ଟିମ୍ ତନାଘନା ଚଳାଇଛି।

ଗତ ଶୁକ୍ରବାର ଦିନ ବିଶ୍ଵବିଦ୍ୟାଳୟ କୁଳସଚିବ ଡ. ନୃପରାଜ ସାହୁ ବୁର୍ଲା ଥାନା ଓ ସାଇବର ସେଲ୍‌ରେ ଲିଖିତ ଅଭିଯୋଗ କରିଥିଲେ। ଆଜି ଅପରାହ୍‌ଣରେ ବୁର୍ଲା-ହୀରାକୁଦ ଏଡିପିଓ ସତ୍ୟବ୍ରତ ଦାଶ, ବୁର୍ଲା ଥାନା ଅଧିକାରୀ କମଳ ପଣ୍ଡା ପ୍ରମୁଖ ନେତୃତ୍ବରେ ଗଠିତ ତଦନ୍ତକାରୀ ଟିମ୍ କୁଳସଚିବଙ୍କ ପ୍ରକୋଷ୍ଠକୁ ଯାଇ ପରୀକ୍ଷା ପରିଚାଳନା ପଦ୍ଧତି ଏବଂ ପରୀକ୍ଷା ପ୍ରଶ୍ନପତ୍ର ତିଆରିରେ ତାଙ୍କ ଏବଂ ତାଙ୍କ ବିଭାଗର ସଂପୃକ୍ତି ବିଷୟରେ ପ୍ରଶ୍ନ କରିଥିଲେ। ପରୀକ୍ଷା ପରିଚାଳନା ଏବଂ ପରୀକ୍ଷା ପ୍ରଶ୍ନପତ୍ର ତିଆରିରେ ତାଙ୍କର କିମ୍ବା ତାଙ୍କ ବିଭାଗର କୌଣସି କର୍ମଚାରୀଙ୍କ ଭୂମିକା ରହିନଥାଏ କୁଳଚସଚିବ କହିଥିବା ଜଣାପଡ଼ିଛି।

ପ୍ରଶ୍ନପତ୍ର ତିଆରିରୁ ଆରମ୍ଭକରି କେଉଁ ଅଧ୍ୟାପକ ପ୍ରଶ୍ନପତ୍ର ତିଆରି କରିବେ, କେମିତି ତାହା ବିଭିନ୍ନ କଲେଜକୁ ପଠାଯିବ, ସେସବୁ ପରୀକ୍ଷା ନିୟନ୍ତ୍ରକ ଓ ତାଙ୍କ ବିଭାଗର କର୍ମଚାରୀ ତଥା ଗୋପନୀୟ ବିଭାଗର କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହୋଇଥାଏ ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତକାଲି ସକାଳେ ତଦନ୍ତକାରୀ ଟିମ୍ ପରୀକ୍ଷା ନିୟନ୍ତ୍ରକଙ୍କ ପ୍ରକୋଷ୍ଠକୁ ଏ ସଂପର୍କରେ ପଚାରିଥିଲେ। ଗୋପନୀୟ ବିଭାଗର ଜଣେ ବରିଷ୍ଠ ସହାୟକ ଏବଂ ବିଭାଗୀୟ ଅଧିକାରୀଙ୍କୁ ଡକାଇ ଜେରା କରିଥିଲେ। ସେଥିରେ ବରିଷ୍ଠ ସହାୟକଙ୍କଠାରୁ ସନ୍ତୋଷଜନକ ଉତ୍ତର ନପାଇ ପୁଲିସ୍ ଟିମ୍‌ ତାଙ୍କ ମୋବାଇଲ୍ ଫୋନ୍‌କୁ ଜବତ କରି ସାଇବର ସେଲ୍‌କୁ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe