ଏକାଧିକ ଫେକ୍ ଆଇଡି ବ୍ୟବହାର କରି ଇ-ଟିକେଟ୍ ଠକେଇ ଜାଲ ବିଛାଇଥିଲା ବିଷ୍ଣୁ, ବାନ୍ଧିଲା ରେଳ ପୁଲିସ

ଏକାଧିକ ଫେକ୍ ଆଇଡି ବ୍ୟବହାର କରି ଇ-ଟିକେଟ୍ ଠକେଇ ଜାଲ ବିଛାଇଥିଲା ବିଷ୍ଣୁ, ବାନ୍ଧିଲା ରେଳ ପୁଲିସ

ଭୁବନେଶ୍ବର: ଧରାପଡ଼ିଲା ଇ-ଟିକେଟ୍ କଳାବଜାରି କରୁଥିବା ବ୍ୟକ୍ତି। ଫେକ୍ ଆଇଡି ଜରିଆରେ ଅନଲାଇନ୍ ଟ୍ରେନ୍ ଟିକେଟ କିଣାବିକାରେ ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ରେଳବାଇ ପୁଲିସ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତର ନାମ ବିଷ୍ଣୁପ୍ରସାଦ ପଟ୍ଟନାୟକ ହୋଇଥିବା ବେଳେ ଘର ପୁରୀ ଜିଲ୍ଲା ଡେଲାଙ୍ଗ। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଟ୍ରାଭେଲ୍ ଏଜେନ୍ସି ସହ ଯୋଗାଯୋଗରେ ରହି ସେ ଚଳାଇଥିଲା ଅସାଧୁ ବ୍ୟବସାୟ । ପାଖାପାଖି ୪୦ଟି ଭିନ୍ନ ଭିନ୍ନ ୟୁଜର ଆଇଡି ଏବଂ ପାସୱାର୍ଡ ତିଆରି କରି ଠକେଇ କରୁଥିଲା ବିଷ୍ଣୁ ।

ଆଇଆରସିଟିସି ମାଧ୍ୟମରେ ରେଲୱେ ଟିକେଟ୍ କଟାହୋଇଥାଏ । ଅନଲାଇନ୍ ଟିକେଟ୍ ବିକ୍ରି କରିବା ପାଇଁ କିଛି ସଂସ୍ଥାକୁ ଅନୁମତି ଦେଇଥାଏ ଆଇଆରସିଟିସି । କିନ୍ତୁ ପ୍ରତିଦିନ ଏହି ସଂସ୍ଥାଗୁଡିକ କେତୋଟି ଟିକେଟ୍ କାଟିପାରିବେ, ତାର ଏକ ସଂଖ୍ୟା ମଧ୍ୟ ନିର୍ଦ୍ଧାରଣ ରହିଥାଏ ।

ରେଲୱେ ଆକ୍ଟ ଅନୁସାରେ, ଜଣେ ବ୍ୟକ୍ତି ନିଜ ଆଇଡି ବ୍ୟବହାର କରି ନିଜପାଇଁ ଓ ପରିବାର ଲୋକଙ୍କ ପାଇଁ ଟିକେଟ୍ କରିପାରିବ । କିନ୍ତୁ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ଅନ୍ୟମାନଙ୍କ ପାଇଁ ଟିକେଟ୍ କରିପାରିବ ନାହିଁ । ଆଉ ଯଦି କିଏ ଏଭଳି କରନ୍ତି ତେବେ, ଏହା ରେଲୱେ ଆକ୍ଟ ୧୪୩ ଅନୁଯାୟୀ, ଏକ ଦଣ୍ଡନୀୟ ଅପରାଧ । ଯେଉଁଥିପାଇଁ ୩ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି ।

ଗିରଫ ହୋଇଥିବା ଏହି ବ୍ୟକ୍ତିଜଣକ ଏହିଭଳି ଅନେକ ଆଇଡି ତିଆରି କରି ଅନଲାଇନ ଟିକେଟର ଠକେଇ କରୁଥିଲେ । ଲୋକଙ୍କ ଠାରୁ ଅଧିକ ପଇସା ରଖି ତାଙ୍କ ପାଇଁ ଟିକେଟ୍ କରୁଥିଲେ । ରେଲୱେ ପୁଲିସର କହିବା ଅନୁଯାୟୀ, ଗିରଫ ହୋଇଥିବା ବିଷ୍ଣୁ ଠାରୁ ୭୦୦ ଟିକେଟ୍, ଗୋଟିଏ ଲାପଟପ୍ ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe