ଦେଶରେ ୩କ୍ୱିଣ୍ଟାଲ୍ ଗହମର ମୂଲ୍ୟ ୧୦ଗ୍ରାମ ସୁନା ସହିତ ସମାନ ହେବା ଉଚିତ୍: ରାକେଶ ଟିକାୟତ

Advertisment
ଦେଶରେ ୩କ୍ୱିଣ୍ଟାଲ୍ ଗହମର ମୂଲ୍ୟ ୧୦ଗ୍ରାମ ସୁନା ସହିତ ସମାନ ହେବା ଉଚିତ୍: ରାକେଶ ଟିକାୟତ

aajtak

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନର ମଧ୍ୟରେ କୃଷକଙ୍କ ସବୁଠୁ ବଡ଼ ଚେହେରା ପାଲଟିଥିବା ଭାରତୀୟ କିଷାନ ସଂଘ(ବିକେୟୁ)ର ଜାତୀୟ ମୁଖପାତ୍ର ରାକେଶ ଟିକାୟତ ଏମଏସପିକୁ ନେଇ ଏକ ବଡ ବିବୃତି ଦେଇଛନ୍ତି। ଜାତୀୟ ଗଣମାଧ୍ୟମର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାକେଶ ଟିକାୟତ କହିଛନ୍ତି ଯେ, ଏମଏସପି ପାଇଁ ମହେନ୍ଦ୍ର ଟିକାୟତଙ୍କ ଟିକାୟତ ଫର୍ମୁଲା ଲାଗୁ କରାଯିବା ଉଚିତ। ଟିକାୟତ ଫର୍ମୁଲା ଅନୁଯାୟୀ, ଗହମର ମୂଲ୍ୟ ସୁନା ଭଳି ବଢ଼ିବା ଦରକାର ବୋଲି ସେ କହିଛନ୍ତି। ୩ କ୍ୱିଣ୍ଟାଲ ଗହମର ମୂଲ୍ୟ ୧୦ଗ୍ରାମ ସୁନାର ମୂଲ୍ୟ ସହିତ ସମାନ ହେବା ଉଚିତ ବୋଲି ସେ କହିଛନ୍ତି।

publive-image image credit : Jagran

ଗତକାଲି ରାକେଶ ଟିକାୟତ ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯେ, ଅକ୍ଟୋବର ସୁଦ୍ଧା ସରକାର ଯଦି ପ୍ରମୁଖ ଦାବିଗୁଡ଼ିକୁ ମାନି ନ ନିଅନ୍ତି ତେବେ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ପ୍ରତିବାଦକାରୀ କୃଷକମାନେ ବିଶାଳ ଟ୍ରାକ୍ଟର୍‌ ରାଲି କରିବେ। ଗାଜିପୁର ସୀମାନ୍ତରେ ଝାଡ଼ଖଣ୍ଡର କୃଷିମନ୍ତ୍ରୀ ବାଦଲ ପତ୍ରଲେଖଙ୍କ ସହ ଆଲୋଚନା ପରେ ସେ କହିଥିଲେ, ଅକ୍ଟୋବର ପର୍ଯ୍ୟନ୍ତ ଆମେ ସରକାରଙ୍କୁ ସମୟ ଦେଇଛୁ। ଯଦି ସେ ଆମ କଥା ନ ଶୁଣନ୍ତି, ଆମେ ୪୦ ଲକ୍ଷ ଟ୍ରାକ୍ଟର୍‌ ନେଇ ଦେଶବ୍ୟାପୀ ରାଲି କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe