ମାଳଦ୍ବୀପରେ ଅଭାବନୀୟ ଘଟଣା: ଗୁଣିଗାରେଡ଼ି ଅଭିଯୋଗରେ ମନ୍ତ୍ରୀ ଗିରଫ

Advertisment
ମାଳଦ୍ବୀପରେ ଅଭାବନୀୟ ଘଟଣା: ଗୁଣିଗାରେଡ଼ି ଅଭିଯୋଗରେ ମନ୍ତ୍ରୀ ଗିରଫ

ମାଲେ: ଭାରତ ସହ କୂଟନୈତିକ ବିବାଦରେ ଚର୍ଚ୍ଚିତ ଥିବା ମାଳଦ୍ବୀପରେ ଆଉ ଏକ ରୋଚକ ଘଟଣା ଘଟିଛି। ଦେଶର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଉପରେ ‘ଗୁଣିଗାରେଡ଼ି’ କରୁଥିବା ଅଭିଯୋଗରେ ପରିବେଶ ଓ ଜଳବାୟୁ ମନ୍ତ୍ରୀ ଫାତିମା ସାମନାଜ୍‌ ଅଲ୍ଲୀ ସାଲେମ୍‌ଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ପୁଲିସର ଏକ ଟିମ୍‌ ରାଜଧାନୀ ମାଲେର ଏକ ଘରେ ଚଢ଼ଉ କରି ପରିବେଶ ମନ୍ତ୍ରୀ ଫାତିମାଙ୍କ ସମେତ ତିନିଜଣଙ୍କୁ ଗିରଫ କରିଥିଲା। ତିନିହେଁ ମିଶି ରାଷ୍ଟ୍ରପତି ମୁଇଜୁଙ୍କ ଉପରେ ଗୁଣିଗାରେଡ଼ି କରୁଥିଲେ। ଗିରଫ ପରେ ତିନିଜଣଙ୍କୁ ଏକ ସପ୍ତାହ ନିମନ୍ତେ ହାଜତକୁ ପଠାଇଦିଆଯାଇଛି। ଏହା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଏନେଇ ମାଲେ ପୁଲିସ କିମ୍ବା ମାଳଦ୍ବୀପ ସରକାରଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇନାହିଁ। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଅଭିଯୁକ୍ତ ମନ୍ତ୍ରୀ ଫାତିମାଙ୍କ ସ୍ବାମୀ ରାଷ୍ଟ୍ରପତି ମୁଇଜୁଙ୍କ ଘରୋଇ କାର୍ଯ୍ୟାଳୟରେ ନିୟୋଜିତ ଥିଲେ। ଗୁଣିଗାରେଡ଼ି ଘଟଣା ପରେ ତାଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଗିରଫ ମନ୍ତ୍ରୀ ଫାତିମାଙ୍କ ସହ ତାଙ୍କର ଛୋଟ ଭାଇ ଓ ତଥାକଥିତ ଗୁଣିଆକୁ ଗିରଫ କରାଯାଇଛି। ମାଳଦ୍ବୀପରେ ବହୁଳମାତ୍ରାରେ ଗୁଣିଗାରେଡ଼ି ଆଦି କରାଯାଇଥାଏ। ଦେଶର ଆଇନାନୁସାରେ ଗୁଣିଗାରେଡ଼ି ଏକ ଅପରାଧ ନଥିଲେ ମଧ୍ୟ ଇସଲାମୀୟ ଆଇନାନୁସାରେ ଦୋଷୀଙ୍କୁ ୬ ମାସ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe