ଜଣାଶୁଣା ଅଭିନେତ୍ରୀ ରୀତା ଭାଦୁଡ଼ିଙ୍କ ପରଲୋକ

Advertisment
ଜଣାଶୁଣା ଅଭିନେତ୍ରୀ ରୀତା ଭାଦୁଡ଼ିଙ୍କ ପରଲୋକ

ମୁମ୍ବାଇ: ସିନେମା ଓ ଟେଲିଭିଜନ୍‌ ଦୁନିଆଁର ଲୋକପ୍ରିୟ ଅଭିନେତ୍ରୀ ରୀତା ଭାଦୁଡ଼ି ଆଉ ନାହାନ୍ତି। ତାଙ୍କର ଆଜି ମୁମ୍ବାଇଠାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ରୀତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କର ମୃତ୍ୟୁ ଖବର ଶିଶିର ଶର୍ମା ପ୍ରଥମେ ନିଜର ଟ୍ଵିଟରରେ ଜଣାଇଥିଲେ। ରୀତା ଭାଦୁଡିଙ୍କର ଶେଷକୃତ୍ୟ ଆଜି ପୂର୍ବାହ୍ନ ୧୨ଟାରେ ମୁମ୍ବାଇଠାରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ରୀତା ସଂପ୍ରତି ‘ନିମକ୍‌ ମୁଖିଆ’ ନାଆଁରେ ପ୍ରସାରିତ ଏକ ମେଗା ଧାରାବାହିକରେ ନଜର ଆସୁଛନ୍ତି। ନିଜର ଅସୁସ୍ଥତା ସତ୍ତ୍ୱେ ସେ ଏଥିରେ ଅଭିନୟ ଜାରି ରଖିଥିଲେ। ସେ କହୁଥିଲେ ଯେ ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ କ’ଣ କାମ ହେଲା ଛାଡିଦେବି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।

୧୯୫୫ ମସିହା ନଭେମ୍ବର ୪ ତାରିଖରେ ରୀତା ଭାଦୁଡିଙ୍କ ଜନ୍ମ ଲକ୍ଷ୍ନୌଠାରେ ହୋଇଥିିଲା। ସେ ପୁନେ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରେ ୧୯୭୩ ମସିହାରେ ଅଭିନୟରେ ଡିପ୍ଲୋମା ହାସଲ କରିଥିଲେ। ୧୯୬୮ମସିହାରେ ରୀତା ‘ତେରି ତଲାସ୍‌ ମେଁ’ ଫିଲ୍ମରେ ପ୍ରଥମେ ଅଭିନୟ କରିଥିଲେ। ସେ ପ୍ରାୟ ୭୧ଟି ହିନ୍ଦୀ ସିନେମାରେ ନଜର ଆସିଥିଲେ। ତାଙ୍କ ଅଭିନୀତ କେତେକ ଉଳ୍ଲେଖଯୋଗ୍ୟ ସିନେମା ହେଲା -ଜୁଲି, ଅନୁରୋଧ୍‌, ବିଶ୍ୱନାଥ୍‌, ସାଓ୍ଵନ୍‌ କୋ ଆନେ ଦୋ, ହମ୍‌ ନେହିଁ ସୁଧ୍‌ରେଙ୍ଗେ,ଗେହରାଇ, ନାସ୍ତିକ୍‌, ଦିଲ୍‌ଜଲା, ନେହରୁ, ଘର୍‌ ହୋ ତୋ ଐସା, ବେଟା, କଭି ହାଁ କଭି ନା, ରାଜା, ଦଲାଲ୍‌,କ୍ୟା କେହନା, ହିରୋ ନମ୍ବର ଓ୍ଵାନ୍‌, ତମନ୍ନା, ବାରାସତ୍‌ ଓ ମେଁ ମାଧୁରୀ ଦୀକ୍ଷିତ ବନନା ଚାହାତି ହୁଁ ଆଦି।

publive-image

ରୀତା ଅନେକ ଟେଲି ସିରିଏଲ୍‌ରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe