କରିନାଙ୍କ ଅଭିନୀତ ‘ବୀର-ଦା ଓ୍ଵଡିଂ’ର ରିଲିଜ୍‌ ତାରିଖ ଘୁଞ୍ଚିଲା

Advertisment
କରିନାଙ୍କ ଅଭିନୀତ ‘ବୀର-ଦା ଓ୍ଵଡିଂ’ର ରିଲିଜ୍‌ ତାରିଖ ଘୁଞ୍ଚିଲା

photo-theindianexpress

ମୁମ୍ବାଇ: ବଲିଉଡ଼୍‍ର ହଟ୍‌ ହିରୋଇନ୍‌ କରିନା କପୁର ଖାନ୍‌, ସୋନମ୍‌ କପୁର ଏବଂ ସ୍ୱରା ଭାସ୍କରଙ୍କ ଅଭିନୀତ ‘ବୀର-ଦା ଓ୍ଵଡିଂ’ର ରିଲିଜ୍‌ ତାରିଖ ଘୁଞ୍ଚି ଯାଇଛି। ଏହି ସିନେମା ଏବେ ଜୁନ୍‌ ୧ ତାରିଖରେ ରିଲିଜ୍‌ ହେବ। ପୂର୍ବରୁ ଏହି ସିନେମା ମଇ ୧୮ ତାରିଖରେ ରିଲିଜ୍‌ ହେବାର ଥିଲା। ଏ ସଂପର୍କରେ ଫିଲ୍ମର ନିର୍ମାତ୍ରୀ ଏକତା କପୁର ସୂଚନା ଦେଇଛନ୍ତି। ଜୁନ୍‌ ୧ ତାରିଖ ହେଉଛି ସଂଯୋଗବଶତଃ ଏକତା କପୁରଙ୍କ ଭାଇ ତୁଷାର କପୁରଙ୍କ ପୁଅ ଲକ୍ଷ୍ୟର ବାର୍ଥ ଡେ। ଏ ଦୃଷ୍ଟରୁ ଏହା ତାଙ୍କ ପାଇଁ ଭଲ ହେବ ବୋଲି ସେ ଆଶା କରିଛନ୍ତି।

publive-image photo-india.com

ତେବେ ଏଭଳି ‘ବୀର-ଦା ଓ୍ଵଡିଂ’ର ରିଲିଜ୍‌ ତାରିଖ ଘୁଞ୍ଚିବାର କାରଣ ଅଲଗା ବୋଲି କୁହାଯାଉଛି। ଏହାର କାରଣ ହେଉଛି ଆଇ ପି ଏଲ୍‌। ସାଧାରଣତଃ ଆଇ ପି ଏଲ୍‌ ମ୍ୟାଚ୍‌ ଚାଲିଥିବା ସମୟରେ ସିନେମା ରିଲିଜ୍‌ ହେଲେ ତାହା ଭଲ ଚାଲେ ନାହିଁ। ଏହାର ଅନେକ ଉଦାହରଣ ରହିଛି। ଗତ ବର୍ଷ ଏହି ସମୟରେ ରିଲିଜ୍‌ ହୋଇଥିବା ସିନେମା ବି ଆଶାନୁରୂପ ବ୍ୟବସାୟ କରି ନଥିଲା। ତେବେ ସେ ଯାହା ହେଉନା କାହିଁକି ‘ବୀର-ଦା ଓ୍ଵଡିଂ’ ୨୦୧୮ର ଏକ ବହୁପ୍ରତୀକ୍ଷିତ ସିନେମା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଘୋଷ। ଇତିମଧ୍ୟରେ ଏହାର ଫାର୍ଷ୍ଟ ଲୁକ୍‌ ରିଲିଜ୍‌ ହୋଇଯାଇଛି। ଏହାର କଥାବସ୍ତୁ ଏକ ବାହାଘର ଉପରେ ଆଧାରିତ ବୋଲି ଜଣାଯାଇଛି। ଏହି ସିନେମା ଜରିଆରେ କରିନା କପୁର ଖାନ୍‌ ପ୍ରାୟ ଦୁଇ ବର୍ଷ ବ୍ୟବଧାନରେ ପରଦାକୁ ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe