ରିଲାଏନ୍ସ ଜିଓ ପ୍ରଚଳନ କଲା ସ୍ୱଦେଶୀ ୱେବ୍ ବ୍ରାଉଜର ‘ଜିଓପେଜେସ୍‌’

Advertisment

ପ୍ରଥମ ପର୍ଯ୍ୟାୟରେ ଇଂରାଜୀ ସହିତ ଅନ୍ୟ ୮ଟି ଭାରତୀୟ ଭାଷାରେ ଉପଲବ୍ଧ

ପ୍ରଥମ ପର୍ଯ୍ୟାୟରେ ଇଂରାଜୀ ସହିତ ଅନ୍ୟ ୮ଟି ଭାରତୀୟ ଭାଷାରେ ଉପଲବ୍ଧ

ରିଲାଏନ୍ସ ଜିଓ ପ୍ରଚଳନ କଲା ସ୍ୱଦେଶୀ ୱେବ୍ ବ୍ରାଉଜର ‘ଜିଓପେଜେସ୍‌’

ଭୁବନେଶ୍ୱର / ମୁମ୍ବାଇ : ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଓ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ୱେବ୍ ବ୍ରାଉଜର ପ୍ରଚଳନ କରିଛି । ଏହି ନୂଆ ୱେବ ବ୍ରାଉଜର୍‌କୁ ‘ଜିଓପେଜେସ୍‌’ ନାମରେ କମ୍ପାନୀ ଶୁଭାରମ୍ଭ କରିଛି । ଜିଓପେଜେସ୍ ୱେବ୍ ବ୍ରାଉଜର କ୍ଷୀପ୍ର ହେବା ସହିତ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ।

ଡାଟା ସୁରକ୍ଷା ବା ଡାଟା ସିକ୍ୟୁରିଟିକୁ ନେଇ ବିଶ୍ୱସ୍ତରରେ ଚର୍ଚ୍ଚା ହେଉଥିବା ବେଳେ ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓପେଜେସ୍‌’କୁ ବଜାରରେ ପ୍ରଚଳନ କରିବାର ଏକ ପ୍ରକୃଷ୍ଟ ସମୟ ବୋଲି କୁହାଯାଇଛି । ଜିଓପେଜେସ୍‌ର ବିଶେଷତ୍ୱ ହେଉଛି ଏହା ଅନ୍ୟ ବ୍ରାଉଜର ତୁଳନାରେ ବ୍ୟବହାରକାରୀଙ୍କୁ ଡାଟା ପ୍ରାଇଭେସି ସହିତ ନିଜର ଡାଟା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ କରିଥାଏ ।

ଜିଓପେଜେସ୍‌କୁ ଶକ୍ତିଶାଳୀ କ୍ରୋମିୟମ ବ୍ଲିଙ୍କ୍ ଇଞ୍ଜିନ ଉପରେ ଭିତ୍ତି କରି ପ୍ରସ୍ତୁତ କରାଯାଇଛି । ଏହି ଇଞ୍ଜିନର ହାଇସ୍ପିଡ କାରଣରୁ ବ୍ରାଉଜିଂର ଚମତ୍କାର ଅନୁଭୁତି ମିଳିଥାଏ । ଜିଓପେଜେସ୍‌କୁ ସମ୍ପୂର୍ଣ୍ଣ ଭାବରେ ଭାରତରେ ଡିଜାଇନ ଓ ବିକଶିତ କରାଯାଇଛି ।

ଇଂରାଜୀ ବ୍ୟତୀତ ଜିଓପେଜେସ୍‌ରେ ବର୍ତ୍ତମାନ ଅନ୍ୟ ୮ଟି ଭାରତୀୟ ଭାଷାରେ କାର୍ଯ୍ୟ କରିବାର ସାମର୍ଥ୍ୟ ରହିଛି । ପୂର୍ଣ୍ଣ ସ୍ୱଦେଶୀ ଭାବରେ ବିକଶିତ ଜିଓପେଜେସ୍ ଇଂରାଜୀ ସହିତ ହିନ୍ଦୀ, ମରାଠୀ, ତାମିଲ, ଗୁଜରାଟୀ, ତେଲଗୁ, ମାଲୟାଲମ୍, କନ୍ନଡ ଏବଂ ବଙ୍ଗଳା  ଆଦି ଭାରତୀୟ ଭାଷାରେ ବର୍ତ୍ତମାନ ପ୍ରଚଳିତ ହୋଇଛି ।

ଏଥିସହିତ ପର୍ସନାଲାଇଜଡ  ହୋମ୍‌ସ୍କ୍ରିନ୍‌, ପର୍ସନାଲାଇଜଡ ଥିମ୍‌, ପର୍ସନାଲାଇଜଡ କଣ୍ଟେଣ୍ଟ୍‌, ଇନଫରମେଟିଭ କାର୍ଡସ, ଭାରତୀୟ ଭାଷାର କଣ୍ଟେଣ୍ଟ୍‌, ଆଡଭାନ୍‌ସ ଡାଉନଲୋଡ ମ୍ୟାନେଜର, ଇନ୍‌କଗ୍ନିଟୋ ମୋଡ୍ ଏବଂ ଆଡ୍ ବ୍ଲକର ଭଳି ସୁବିଧା ଜିଓପେଜେସ୍ ବ୍ରାଉଜରରେ ଗ୍ରାହକଙ୍କୁ ଉପଲବ୍ଧ ହେଉଛି । ଆଣ୍ଡ୍ରଏଡ୍ ମୋବାଇଲ୍ ବ୍ୟବହାରକାରୀ ଜିଓପେଜେସ୍ ୱେବ୍ ବ୍ରାଉଜର୍ ଗୁଗୁଲ୍ ପ୍ଲେ-ଷ୍ଟୋରରୁ ଡାଉନ୍‌ଲୋଡ୍ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe