ତପୋବନ ଟନେଲ୍‌ରେ ଉଦ୍ଧାର କାର୍ଯ୍ୟ ଧିମା, ଧସି ଆସୁଛି କାଦୁଅ ଓ ପାଣି

Advertisment
ତପୋବନ ଟନେଲ୍‌ରେ ଉଦ୍ଧାର କାର୍ଯ୍ୟ ଧିମା, ଧସି ଆସୁଛି କାଦୁଅ ଓ ପାଣି

ଡେରାଡୁନ୍: ଉତ୍ତରାଖଣ୍ଡରେ ହିମଶୈଳ ଫାଟି ପ୍ରଳୟ ରଚାଇଥିବା ହିମପ୍ରବାହର ଆଜି ଚତୁର୍ଥ ଦିନର ଉଦ୍ଧାର କାର୍ଯ୍ୟରେ ସେଭଳି କିଛି ଅଗ୍ରଗତି ଜଣାପଡ଼ି ନାହିଁ। ମଙ୍ଗଳବାର ଆଉ ୬ଟି ମୃତଦେହକୁ ମିଶାଇ ମୋଟ ୩୨ଟି ଶବ ଉଦ୍ଧାର ହୋଇଥିବା ବେଳେ ତଥାପି ୧୭୫ ଜଣରୁ ଅଧିକ ନିଖୋଜ ରହିଥିବାରୁ ଆଇଟିବିପି, ଏନ୍‌ଡିଆର୍‌ଏଫ୍‌ ଓ ସେନା ପକ୍ଷରୁ ମିଳିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅପରପକ୍ଷେ, ଚାମୋଲି ଜିଲ୍ଲାର ନିର୍ମାଣାଧୀନ ତପୋବନ ଜଳବିଦ୍ୟୁତ୍‌ କେନ୍ଦ୍ରର ଧୋଇଯାଇଥିବା ଦେଢ଼ କିମି ଦୀର୍ଘ ସୁଡ଼ଙ୍ଗରେ ୩୯ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଥିବା ବେଳେ ଉଦ୍ଧାରକାରୀ ଦଳ ତଥାପି ତାହା ଭିତରେ ପଶିପାରିନାହାନ୍ତି। ଭୀଷଣ ମାତ୍ରାରେ କାଦୁଅ ଓ ପାଣି ପଥ ଅବରୋଧ କରି ରଖିଥିବାରୁ ତାହା ଖଲାସ କରିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି।

ମଙ୍ଗଳବାର ଆକାଶମାର୍ଗରୁ ନିଆଯାଇଥିବା ଘଟଣାସ୍ଥଳର ବିଭିନ୍ନ ଫଟୋଚିତ୍ରରୁ ସୁଡ଼ଙ୍ଗ ସ୍ଥଳର କିଛି ସ୍ଥାନ କାଦୁଅ ଓ ନରମ ମାଟି ଦ୍ବାରା ଅବରୋଧ ହୋଇ ରହିଥିବା ଜଣାପଡ଼ିଛି। ତେବେ ସେଠାରୁ ବାହାରୁଥିବା ପାଣି ଫୋଟକାରୁ ତାହା ଭିତରେ କିଛି ବିପନ୍ନ ଫସି ରହିଥିବା ଆଶଙ୍କା କରାଯାଉଛି ବୋଲି ଭାରତୀୟ ରିଜର୍ଭ ବାଟାଲିଅନ୍‌ର କମାଣ୍ଡାଣ୍ଟ ମଞ୍ଜୁନାଥ ପି ସି କହିଛନ୍ତି। ସେହିପରି ସେଠାରେ କେତେ ପରିମାଣର କାଦୁଅ ସୁଡ଼ଙ୍ଗଟିକୁ ଅବରୋଧ କରି ରଖିଛି ତାହାର ଆକଳନ ପରେ ହିଁ ସେଗୁଡ଼ିକୁ ସେଠାରୁ ସ୍ଥାନାନ୍ତର କରିବାକୁ ହେବ ବୋଲି ସେ କହିଛନ୍ତି। ସେହିପରି ପ୍ରାଥମିକତା ଦୃଷ୍ଟିରୁ ସେଠାରୁ ପାଣି ଫୋଟକା ବାହାରୁଥିବା ଛିଦ୍ର ବାଟେ ସୁଡ଼ଙ୍ଗ ଭିତରକୁ ଅମ୍ଳଜାନ ଛାଡ଼ିବା ବର୍ତ୍ତମାନର ମୁଖ୍ୟ ଲକ୍ଷ୍ୟ ହୋଇଛି। ଏଥିପାଇଁ ବହୁ ବୈଷୟିକ ବିଶେଷଜ୍ଞ ଘଟଣାସ୍ଥଳରେ ଅନୁଧ୍ୟାନ ଜାରି ରଖିଛନ୍ତି ବୋଲି ଆଇଟିବିପି ଏଡିଜି ମନୋଜ ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe