ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ  ଆର୍‌ଓ ପ୍ଲାଣ୍ଟ୍‌ ଖତ ଖାଉଛି 

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ  ଆର୍‌ଓ ପ୍ଲାଣ୍ଟ୍‌ ଖତ ଖାଉଛି 

ଲେଫ୍ରିପଡ଼ା : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥାରେ ଅଦ୍ୟାବଧି ସମସ୍ୟା ରହିଥିବାରୁ ସ୍ଥାନୀୟ ଲୋକେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ରହିଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ ସମସ୍ତଙ୍କୁ ପାଣି ଯୋଗାଇବାରେ ସକ୍ଷମ ହୋଇ ପାରି ନ ଥିବା ସ୍ଥଳେ ଆଧୁନିକ ରିଭର୍ସ ଓଏସିସ୍‌ ପଦ୍ଧତିରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ହୋଇଥିବା ଏହି ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ ହୋଇ ନ ପାରି ଖତ ଖାଇବାରେ ଲାଗିଛି। ଏହା ବ୍ଲକ୍ ହେଡ଼୍ କ୍ବାର୍ଟର ହୋଇଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀଙ୍କ ଏଥି ପ୍ରତି ଦୃଷ୍ଟି ନ ପଡ଼ିବା  ଉଦ୍‌ବେଗର ବିଷୟ ହୋଇଛି ।

publive-image

ସୂଚନା ଯୋଗ୍ୟ ଯେ, ଲୋକଙ୍କୁ ସ୍ବଚ୍ଛ ଓ ବିଶୁଦ୍ଧ  ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ନେଇ ଲେଫ୍ରିପଡ଼ା ପଂଚାୟତ ପକ୍ଷରୁ ସ୍ଥାନୀୟ ଥାନା ସାମ୍ନାରେ ଏକ ଆର୍‌ଓ ପ୍ଲାଣ୍ଟ  ପ୍ରତିଷ୍ଠା କରାଯାଇଛି। କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନରେ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରକଳ୍ପ ପ୍ରଶାସନିକ ଦୂରଦୃଷ୍ଟି ଅଭାବ ହେଉ କି ଅବହେଳା ପାଇଁ ଆଜି  ଖତ ଖାଇବା ଆରମ୍ଭ କରିଛି। ପ୍ରଥମତଃ ସଠିକ୍ ସ୍ଥାନ ନିରୂପଣରେ ଭୁଲ୍ କରାଯାଇଥିବା ଯୋଗୁଁ ବିବାଦ ମୁଣ୍ତ ଟେକିଥିବା ବେଳେ ପ୍ରକଳ୍ପର ସଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟଅଟକଳରେ ନିର୍ମାଣ ହୋଇଥିବା ଏହି ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନଷ୍ଟ ହେଲାଣି। ପ୍ରକଳ୍ପର ବୋରିଂ ମୁକୁଳା ପଡ଼ି ଜଙ୍କ୍ ଖାଇବା ଆରମ୍ଭ କରିବା ସହ ଲଟାବୁଦାରେ ପ୍ରକଳ୍ପ ପଡ଼ି ରହିଛି। ନିର୍ମାଣ ହେବାର ବହୁ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ପ୍ରକଳ୍ପ କାର୍ଯକାରୀ  ନ ହେବା ତଥା ଲୋକଙ୍କ ସ୍ବାର୍ଥରେ ବିନିଯୋଗ ହେଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe