ଆରପିଏଫ ଆଇଜିଙ୍କ କୋରାପୁଟ ଗସ୍ତ, ଯାତ୍ରୀ ସୁରକ୍ଷା ଉପରେ ଦେଲେ ଗୁରୁତ୍ୱ

ଆରପିଏଫ ଆଇଜିଙ୍କ କୋରାପୁଟ ଗସ୍ତ, ଯାତ୍ରୀ ସୁରକ୍ଷା ଉପରେ ଦେଲେ ଗୁରୁତ୍ୱ

କୋରାପୁଟ: ରେଳ ସୁରକ୍ଷା ବଳ(ଆରପିଏଫ) ଆଇଜି ରାଜା ରାମ ଆଜି କୋରାପୁଟ ଗସ୍ତରେ ଆସି ଆରପିଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେ ଏଠାକାର ଭିତ୍ତିଭୂମି ପରଖିବା ସହ ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି। ଏହି ଅବସର‌ରେ ‌ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଯାତ୍ରୀ ସୁରକ୍ଷାକୁ ଆରପିଏଫ ସର୍ବଦା ପ୍ରାଥମିକତା ଦେଇ ଆସିଛି। ଏହା ସହିତ ରେଳବାଇ ସଂପତ୍ତିର ରକ୍ଷା, ଅସାଧୁ ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନକୁ ଆରପିଏଫ ଗୁରୁତ୍ୱ ଦେଉଥିବା ସେ ସୂଚନା ଦେଇଛନ୍ତି।

ପୂର୍ବତଟ ରେଳପଥରେ ଆରପିଏଫ ଆଇଜି ରାଜା ରାମ କୋରାପୁଟ ରେଳ ଷ୍ଟେସନରେ ଆଜି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରେଳ ଯାତ୍ରୀମ‌ାନେ ଯେମିତି କୌଣସି ବାଧାବିଘ୍ନ ବିନା ରେଳରେ ଯାତ୍ରା କରିପାରିବେ ସେଥିନେଇ ଅଧିକାରୀଙ୍କ ସହ ବିଚାର ବିମର୍ଷ କରିଛନ୍ତି। ଲୋକଙ୍କ ପାଇଁ କାମ କରିବାକୁ ସେ ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସାହିତ କରିଛନ୍ତି। ଯେଉଁମାନେ ଭଲ କାମ କରିବେ ସେମାନଙ୍କୁ ପୁରସ୍କୃତ କରିବାକୁ ଘୋଷଣା ମଧ୍ୟ କରାଯାଇଛି। ଗତ କିଛି ବର୍ଷ ଭିତରେ ଆରପିଏଫ ବହୁ ଉଲ୍ଲେଖନୀୟ କାମ କରିଥିଲା ବେଳେ ଆଗକୁ ମଧ୍ୟ ଏହା ଜାରି ରଖିବାର ଆବଶ୍ୟକତା ରହିଥିବା ଆଇଜି କହିଥିଲେ।

publive-image Photo: India Rail Info

ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଜି ରାଜା ରାମ କହିଥିଲେ ଯେ, କୋରାପୁଟ‌ ଆରପିଏଫ ପୋଷ୍ଟ ଅଧୀନରେ ଥିବା ଅଂଚଳର ସେ ଅନୁଧ୍ୟାନ କରିଛନ୍ତି। ଏଠାରେ ରେଳ ଯାତ୍ରୀଙ୍କ ସୁରକ୍ଷା ଓ ରେଳବାଇ ସଂପତ୍ତିର ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିନେଇ ଅଧିକାରୀ ଓ କର୍ମଚାରୀଙ୍କ ସହ ସେ ନିର୍ଦେଶ ଦେଇଛନ୍ତି। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ସାଧାରଣ ଲୋକଙ୍କର ବହୁତ ବଡ ଭୂମିକା ରହୁଥିବାରୁ ସେମାନେ ମଧ୍ୟ ଏଥିରେ ସହଯୋଗ କରିବା ଆବଶ୍ୟକ। ଟ୍ରେନରେ ଯାତ୍ରା କରିବା ସମୟରେ କୌଣସି ଅପରାଧିକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ନିଶୁଳ୍କ ଫୋନ ନମ୍ବର ୧୮୨ରେ ଯୋଗାଯୋଗ କରିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe