ବୈଦେଶିକ ମନ୍ତ୍ରାଳୟର ଅନ୍‌ଲାଇନ୍‌ ସହାୟତା ଜାରି

Advertisment
ବୈଦେଶିକ ମନ୍ତ୍ରାଳୟର ଅନ୍‌ଲାଇନ୍‌ ସହାୟତା ଜାରି

Business Today

ନୂଆଦିଲ୍ଲୀ: ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଯେଭଳି ବିଦେଶରେ ଥିବା ଭାରତୀୟଙ୍କୁ ଅନ୍‌ଲାଇନ ସହାୟତା ଯୋଗାଇ ଦେଉଥିଲେ ତାହାକୁ ଅନୁସରଣ କରିଛନ୍ତି ନୂତନ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର। ଲୋକଙ୍କୁ ଅନ୍‌ଲାଇନ୍‌ ସହାୟତା ଦେବା ଜାରି ରହିବ ବୋଲି ଜୟଶଙ୍କର ଘୋଷଣା କରିବା ସହ ଏ ଦିଗରେ ପଦକ୍ଷେପ ଆରମଭ କରିଛନ୍ତି। ଜୟଶଙ୍କର ସୁଷମାଙ୍କ ଭଳି ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ସୋସିଆଲ୍‌ ମିଡ଼ିଆକୁ ମାଧ୍ୟମ କରିବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ କୋଲକାତାର ଜଣେ ବ୍ୟକ୍ତି ସାଉଦି ଆରବରୁ ଫେରିବା ପାଇଁ କରିଥିବା ନିବେଦନକୁ ଗ୍ରହଣ କରି ସେ ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe