ହାତୀଙ୍କୁ କଦଳୀ-ଆଖୁ ଖୁଆଇଲେ, ହାତୀପଲଙ୍କ ଭିଡ଼ିଓ କଲେ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର

tbabHEBna

ଆସାମ: ଜଙ୍ଗଲ ବୁଲିଲେ, ପ୍ରକୃତିର ମଜା ନେଲେ ଆଉ ପଶୁଙ୍କୁ ବି ଖୁଆଇଲେ । କାଜିରଙ୍ଗା ଜାତୀୟ ଉଦ୍ୟାନରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଜଙ୍ଗଲ ଭିତରୁ ତାଙ୍କ ପଶୁପ୍ରେମ ଦେଖିଛନ୍ତି ତାଙ୍କ ପ୍ରଶଂସକ । ତେବେ ସଚିନ କାଜିରଙ୍ଗାରେ ହାତୀମାନଙ୍କୁ ଆଖୁ ଏବଂ କଦଳୀ ଖୁଆଉଥିବାର ଦେଖିବାକୁ ମିଳିଛି । ଆଉ ପଶୁମାନେ ମଧ୍ୟ ତାଙ୍କ ହାତକୁ ଖାଉଛନ୍ତି ।

ଆସାମ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଜଙ୍ଗଲ ସଫାରୀର ମଜା ନେଇଛନ୍ତି ସଚିନ । ଆଉ ଘଞ୍ଚ ଜଙ୍ଗଲ ଭିତରେ ହାତୀପଲଙ୍କ ଭିଡିଓ ବି ନିଜ ଫୋନରେ କରିଛନ୍ତି । ତେବେ ଆଖିରେ ସନ୍ ଗ୍ଲାସ୍ ସହ ମୁଣ୍ଡରେ ଟୋପି ପିନ୍ଧି ଗ୍ରୀଷ୍ମକୁ ଆଖି ଆଗରେ ରଖି ସମର ଲୁକରେ ଜଙ୍ଗଲ ସଫାରୀ କରିଥିବା ସଚିନଙ୍କୁ ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe