ହିନ୍ଦୁ ଧର୍ମ ବିରୋଧୀ ଫିଲ୍ମ ନିର୍ମାଣ କରୁଥିବା ନିର୍ଦ୍ଦେଶକଙ୍କୁ ଭିକାରି କରିଦିଅ: ସନ୍ଥ କାଳିଚରଣ

Advertisment
ହିନ୍ଦୁ ଧର୍ମ ବିରୋଧୀ ଫିଲ୍ମ ନିର୍ମାଣ କରୁଥିବା ନିର୍ଦ୍ଦେଶକଙ୍କୁ ଭିକାରି କରିଦିଅ: ସନ୍ଥ କାଳିଚରଣ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ବିବୃତି ଦେଇଥିବା ସନ୍ଥ କାଳିଚରଣ ମହାରାଜ ପୁଣିଥରେ ଚର୍ଚ୍ଚାରେ। ଏଥର ସେ ବଲିଉଡକୁ ଟାର୍ଗେଟ କରି ହିନ୍ଦୁ ଧର୍ମ ବିରୋଧୀ ଫିଲ୍ମକୁ ବଏକଟ କରିବାକୁ ନିବେଦନ କରିଛନ୍ତି। ସନ୍ଥ କାଳିଚରଣ କହିଛନ୍ତି ଯେ, ପଠାନ୍ କିମ୍ବା ଅନ୍ୟ କୌଣସି ଧର୍ମ ବିରୋଧୀ ଫିଲ୍ମ ନିର୍ମାଣ କରୁଥିବା ନିର୍ଦ୍ଦେଶକଙ୍କୁ ଭିକାରୀ କରିଦେବା ଆବଶ୍ୟକ।

ସନ୍ଥ କାଳିଚରଣଙ୍କ କହିବା ମୁତାବକ, ଧର୍ମକୁ ବିରୋଧ କରୁଥିବା ଏଭଳି ଚଳଚ୍ଚିତ୍ରକୁ ବଏକଟ କରାଯିବା ଉଚିତ ଏବଂ ଏପରି ଚଳଚ୍ଚିତ୍ର ନିର୍ମାତା ଭିକାରୀ ହେବା ଉଚିତ୍। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ସମସ୍ତ ହିନ୍ଦୁ ଭାଇ ଓ ଭଉଣୀମାନଙ୍କୁ ଆହ୍ବାନ କରୁଛି ଯେ, ହିନ୍ଦୁ ଧର୍ମକୁ ଅପମାନିତ କରୁଥିବା ସମସ୍ତ ଦେଶଦ୍ରୋହୀ ଫିଲ୍ମକୁ ସମ୍ପୂର୍ଣ୍ଣ ରୂପେ ବଏକଟ କରନ୍ତୁ ଏବଂ ସେମାନଙ୍କୁ ଶିକ୍ଷା ଦିଅନ୍ତୁ ଯେ ଧର୍ମକୁ ଅପମାନ କରୁଥିବା ବ୍ୟକ୍ତିଙ୍କୁ କିପରି ଦଣ୍ଡ ଦିଆଯାଏ।

ଏହାପୂର୍ବରୁ ଡିସେମ୍ବର ୨୦୨୧ରେ ଛତିଶଗଡରେ ବିବାଦୀୟ ବିବୃତି ଦେଇଥିବା ହେତୁ ସନ୍ଥ କାଳିଚରଣ ଲୋକଲୋଚନକୁ ଆସିଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବେଳେ ପରେ ଛତିଶଗଡ ପୁଲିସ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରୁ ସାଧୁଙ୍କୁ ଗିରଫ କରି ଜେଲକୁ ପଠାଇଥିଲା। ପରେ ତାଙ୍କୁ ଜାମିନ ମିଳିବାରୁ ସେ ବାହାରକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe