ଦୁଷ୍କର୍ମପୀଡ଼ିତା ନାବାଳିକାଙ୍କ ମା’ଙ୍କୁ ଉଲଗ୍ନ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଫଟୋ ଉଠାଇଲେ ଗାଁର ଯୁବକ!

Advertisment
ଦୁଷ୍କର୍ମପୀଡ଼ିତା ନାବାଳିକାଙ୍କ ମା’ଙ୍କୁ ଉଲଗ୍ନ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଫଟୋ ଉଠାଇଲେ ଗାଁର ଯୁବକ!

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ମହୁଲପାଲି ଥାନା ଭାଲୁଡୁଙ୍ଗରୀ ଡ଼ଙ୍ଗାଖୁଣ୍ଟି ଗ୍ରାମର ଜଣେ ୧୬ବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ସେ ସଂପର୍କୀୟ ଘରକୁ ଯାଇ ଫେରୁଥିବା ସମୟରେ ଜଣେ ବିବାହିତ ଯୁବକ ମିଖେଲ କୁର୍ତ୍ତି ଟାଙ୍ଗିଆରେ ହାଣି ହତ୍ୟା କରିଦେବା ଧମକ ଦେଇ ଗତ ମାସ ୨୩ ତାରିଖ ଦିନ ସାଢ଼େ ୧୨ଟା ସମୟରେ ଦୁଷ୍କର୍ମ କରିଥିଲା। ଏନେଇ ମା’ ଓ ଝିଅ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ମିଖେଲ କୁର୍ତ୍ତି ଫେରାର ହୋଇଯାଇଛି।

ମହୁଲପାଲି ପୁଲିସ୍ ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ କରି ନାବାଳିକାର ଡାକ୍ତରୀମାଇନା କରିଛନ୍ତି। ପୁଲିସର ତଦନ୍ତ ପରେ ଗତ ୧ ତାରିଖରୁ ପୀଡ଼ିତା ନାବାଳିକା ଘରୁ ନିଖୋଜ ରହିଛି। ଝିଅର ମା’ ଏ ବିଷୟରେ ଥାନାରେ ଜଣାଇବା ସହିତ ଗତ ୬ତାରିଖରେ ପାଖ ଗାଁ ସଂପର୍କୀୟଙ୍କ ଘରକୁ ଯାଇ ଫେରୁଥିବା ସମୟରେ ଗାଁ କିସାନପଡାରେ ରଇବାରୀ, ସୁଷମା ଟେଟେ, ଜୁରିଆ ଲାକ୍ରା, ଟେରସା ଟପ୍ପୋ ଆଦି ମହିଳା ଘଟଣା ଗାଁରେ ନ ଜଣାଇ ପୁଲିସକୁ କାହିଁକି ଜଣାଇଥିଲୁ ବୋଲି ତାଗିଦ୍ କରିଥିଲେ। ତୁ ଅଭିଯୁକ୍ତକୁ ଅପହରଣ କରି ଲୁଚାଇ ଦେଇଛୁ ଆଦି କହି ଗାଁ ମଝିରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ସଂପୂର୍ଣ୍ଣ ଉଲଗ୍ନ କରି ଏକ କାଗଜରେ ଦସ୍ତଖତ ନେଇଛନ୍ତି।

ଏହି ସମୟରେ ଗ୍ରାମର ରାକେଶ କିସାନ, ସୁଧୀର ଟପ୍ପୋ,ପାନୁ କିସାନ ପ୍ରମୁଖ ଯୁବକ ମୋବାଇଲରେ ମହିଳାଙ୍କ ଉଲଗ୍ନ ଖୁଣ୍ଟରେ ବନ୍ଧା ହୋଇଥିବା ଫଟୋ ଉଠାଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଜୀବନ ଭୟରେ ବିଧବା ମହିଳା ଜଣକ ସଂପର୍କୀୟଙ୍କ ଘରେ ଲୁଚିଥିବା ଜଣାପଡ଼ିଛି। ଅପରପକ୍ଷରେ ଅଭିଯୁକ୍ତ ଫେରାର ଥିବାରୁ ତାକୁ ଗିରଫ କରାଯାଇପାରିନାହିଁ ବୋଲି ମହୁଲପାଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe