ଏହି ଓଲିଉଡ ଯୋଡିଙ୍କ ‘ପ୍ରେମ ପାଇଁ ମହାଭାରତ’ 

Advertisment
ଏହି ଓଲିଉଡ ଯୋଡିଙ୍କ ‘ପ୍ରେମ ପାଇଁ ମହାଭାରତ’ 

ଭୁବନେଶ୍ୱର: ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମ ପାଇଁ ମହାଭାରତ’ରେ ଦର୍ଶକ ପୁଣି ଏକ ନିଆରା କାହାଣୀ ଦେଖିବାକୁ ପାଇବେ। ଏହି ଓଡ଼ିଆ ଚଳଚ୍ଚିତ୍ରର ନାୟକ ହେଲେ ସମ୍ବିତ୍‌ ଓ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ରୀୟା ଦେ। ‘ପ୍ରେମ ପାଇଁ ମହାଭାରତ’ ହେବ ସମ୍ବିତ୍‌-ରୀୟା ଯୋଡ଼ିଙ୍କର ଦ୍ୱିତୀୟ ସିନେମା।

‘ପ୍ରେମ ପାଇଁ ମହାଭାରତ’ ରେ ସମ୍ବିତ ଓ ରୀୟା ପ୍ରେମିକ-ପ୍ରେମିକା ଭାବେ ପରଦାକୁ ଆସିବେ। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ବବି ମିଶ୍ର ଓ ପିଣ୍ଟୁ ନନ୍ଦ ପ୍ରମୁଖ ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ପ୍ରଦୀପ କିଶୋର ଆଚାର୍ଯ୍ୟ ଏହି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜକ। ‘ଯୋଗୀ’ ଭଳି ଏକ ବାସ୍ତବଧର୍ମୀ ସିନେମାରେ ନିର୍ଦ୍ଦେଶନା ଦେଇଥିବା ନିରଂଜନ ବେହେରା ‘ପ୍ରେମ ପାଇଁ ମହାଭାରତ’ର ନିର୍ଦ୍ଦେଶକ। ଅଭିଜିତ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶକ। ଛବିତା ମାର୍ଥା ଏହି ଓଡ଼ିଆ ଚଳଚିତ୍ରର କାହାଣୀକାର।

ଅବଶ୍ୟ ‘ପ୍ରେମ ପାଇଁ ମହାଭାରତ’ ଆଗରୁ ସମ୍ବିତ୍‌ -ରୀୟା ଯୋଡ଼ି ଅନ୍ୟ ଏକ ଓଡ଼ିଆ  ଚଳଚିତ୍ରରେ ନଜର ଆସିବେ। ଏହି ଓଡ଼ିଆ ଛବିର ଶୀର୍ଷକ ହେଲା ‘ଯୋଉଠି ଥିଲେ ବି ତୁ ମୋର’। ଶ୍ରୀକାନ୍ତ ଗୌତମ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହା ଏକ ପ୍ରେମ ତ୍ରିକୋଣ ଉପରେ ଆଧାରିତ। ସମ୍ବିତ ଓ ରୀୟାଙ୍କ ବ୍ୟତୀତ ଆର୍ଯ୍ୟନ ଦାଶ କୁମାରଙ୍କୁ ମଧ୍ୟ ଏହି ଓଡ଼ିଆ ଛବିରେ ଦେଖିବାକୁ ମିଳିବ।

publive-image

ସମ୍ବିତ୍‌ -ରୀୟାଙ୍କ ଯୋଡ଼ିର ଗୋଟିଏ ସିନେମା ମୁକ୍ତିଲାଭ କରିବା ଆଗରୁ ଆଉ ଏକ ସିନେମା ମିଳିବା ନିଶ୍ଚିତଭାବେ ଉଭୟଙ୍କ ପାଇଁ ଏକ ଖୁସି ଖବର। ଠିକ୍‌ ସେହିପରି ଦର୍ଶକ ମଧ୍ୟ ଉତ୍ସାହିତ ଅଛନ୍ତି ଏହି ଯୋଡ଼ିକୁ ପରଦାରେ ଦେଖିବାକୁ ପାଇଁ। ଯେଉଁଠି ପ୍ରେମ ବା ଭଲ ପାଇବା ଥାଏ। ସେଠି ବିବାଦ ଉପୁଜିଥାଏ। ହେଲେ ଏହି ବିବାଦର କିପରି ସମାଧାନ ହୋଇପାରିବ, ତାହାକୁ ନେଇ ତିଆରି ହେଉଛି ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe