ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ ପ୍ରାର୍ଥୀ: ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି

Advertisment
ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ ପ୍ରାର୍ଥୀ: ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସୁନାରିସିକୁଆଁ ଗାଁ ରେ ରାଜନୈତିକ ହିଂସାର ଅଭିଯୋଗ ହୋଇଛି। ସୁନାରିସିକୁଆଁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରୂପେ ଚୁଳମଣି ବୈଠାରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ତାଙ୍କୁ ଗତକାଲି ପ୍ରଥମେ ଅପହରଣ କରାଯାଇଥିଲା। ଗତକାଲି ସେ ଘରକୁ ନ ଫେରିବା କାରଣରୁ  ଚୁଳମଣିଙ୍କୁ ଘରଲୋକେ ଖୋଜିଖୋଜି ନ ପାଇ ନିରାଶ ହୋଇଥିଲେ। ଆଜି ସକାଳୁ ତାଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ କିଛି ଗାଇ ଚରାଳି ଦେଖିଥିବାକୁ ପାଇଥିଲେ। ଘରଠାରୁ ପ୍ରାୟ ୧ କିମି ଦୂର ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି।

ତାଙ୍କ ପରିବାର ବର୍ଗ ଓ ଗ୍ରାମବାସୀମାନେ ଚୁଳମଣି ବୈଠାରୁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗୁରୁତର ଆହତ ସରପଞ୍ଚ ପ୍ରାର୍ଥୀ କଥା ହୋଇ ପାରୁନଥିବା ଜଣାପଡ଼ିଛି।  ଗୁରୁତର ଅବସ୍ଥାରେ ଚୁଳମଣିଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏଣେ ଆହତଙ୍କ ପରିବାରଲୋକେ ତାଙ୍କ ବିରୋଧୀ ପ୍ରାର୍ଥୀମାନେ ଏହି ଘଟଣା ଭିଆଇଥିବା ସନ୍ଦେହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe