କୋର୍ଟ ସମ୍ମୁଖରେ କୋରାପୁଟ ଓକିଲ ସଂଘର ସତ୍ୟାଗ୍ରହ

Advertisment
କୋର୍ଟ ସମ୍ମୁଖରେ କୋରାପୁଟ ଓକିଲ ସଂଘର ସତ୍ୟାଗ୍ରହ

କୋରାପୁଟ: ସୋମବାର ଦିନ କୋରାପୁଟର ଓକିଲମାନେ କୋର୍ଟ ସମ୍ମୁଖରେ ସତ୍ୟାଗ୍ରହ କରିଛନ୍ତି। ଆଜି ସକାଳୁ କୋରାପୁଟ ଓକିଲ ସଂଘ ସଭାପତି ନିହାର ପଟନାୟକ, ଉପ ସଭାପତି ସୁବାଷ ସେନାପତି, ବରିଷ୍ଠ ଆଇନଜୀବୀ ପ୍ରମୋଦ ପାଢ଼ୀ, ଗୁପ୍ତେଶ୍ଵର ପାଣିଗ୍ରାହୀ, ଭୁବନ ମୋହନ ପଟନାୟକ, ଶରତ ଆଚାର୍ଯ୍ୟ, ବିଶ୍ୱ ରଞ୍ଜନ ପଟନାୟକ, ଗୋପୀନାଥ ମୂର୍ତ୍ତି, ସୁଜାତା ନାୟକ ପ୍ରମୁଖ ବହୁ ଆଇନଜୀବୀ ଏହି ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୪ ତାରିଖରେ ଭୁବନେଶ୍ୱର ଓକିଲ ସଂଘର ଡାକରାରେ ସବୁ ଜିଲ୍ଲାର ଓକିଲ ସଂଘ ପ୍ରତିନିଧିମାନେ ଏକ ଜରୁରୀ ବୈଠକ କରିଥିଲେ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଓକିଲମାନଙ୍କ ନ୍ୟାର୍ଯ୍ୟ ଦାବିକୁ ସଠିକ ଭାବରେ ଉପସ୍ଥାପନ କରିବାକୁ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର ଓକିଲ ମାରଣ ନୀତିକୁ ବିରୋଧ କରିବା ସହ ଏକ ଟିମ ରାଷ୍ଟ୍ରପତି ଓ ପ୍ରଧାନ ବିଚାରପତିଙ୍କୁ ଭେଟି ଓକିଲଙ୍କ ଅଧିକାର ସମ୍ପର୍କରେ ଏକ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ହୋଇଥିଲା। ଓକିଲ ମାନଙ୍କର ଦାବିକୁ ନେଇ ଆନ୍ଦୋଳନ କରିଥିବା ଓକିଲଙ୍କ ଲାଇସେନ୍ସ ଯଦି ରଦ୍ଦ କରାଯାଏ ତେବେ ସମସ୍ତେ ଲାଇସେନ୍ସ ସରେଣ୍ଡାର କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ଡିସେମ୍ବର ୧୨ ତାରିଖକୁ ପ୍ରତିବାଦ ଦିବସ ରୂପେ ପାଳନ କରି ସତ୍ୟାଗ୍ରହ କରିବାପାଇଁ ନିଷ୍ପତ୍ତି କରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe