ବ୍ରିଟେନରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ଆବେଦନ ଉପରେ ବିସ୍ତୃତ ଉତ୍ତର ରଖିବାକୁ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

Advertisment
ବ୍ରିଟେନରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ଆବେଦନ ଉପରେ ବିସ୍ତୃତ ଉତ୍ତର ରଖିବାକୁ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

DTNext

ନୂଆଦିଲ୍ଲୀ: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରୁଥିବା ସହ ଅନେକ ଦେଶରେ ଭାରତୀୟ ଛାତ୍ରମାନେ ଫସି ରହିଥିବା ଖବର ସାମ୍ନାକୁ ଆସୁଛି। ବ୍ରିଟେନରେ ଫସି ରହିଥିବା କିଛି ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି, ଯେଉଁଥିରେ ବ୍ରିଟେନରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଲେଖାଯାଇଛି। ତେବେ ପିଟିସନ ଦାଖଲ ପରେ ମଙ୍ଗଳବାର ଏହି ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

sc issued notice to Centre on plea related to evacuation of Indian students stranded in UK oneindia

ଓକିଲ ମଧୁରିମା ମ୍ରିଦୁଲଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ରକୁ ବିସ୍ତୃତ ଉତ୍ତର ମାଗିଛନ୍ତି। ସୂଚନା ମୁତାବକ, ପୂର୍ବରୁ, ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଏକ ଆବେଦନ କରାଯାଇଥିଲା। ଯାହା ଉପରେ କେନ୍ଦ୍ର ସରକାର ହାଇକୋର୍ଟରେ କହିଥିଲେ ଯେ, ଲକଡାଉନ ପରିସ୍ଥିତିରେ କରୋନା ପ୍ରଭାବିତ ଦେଶରୁ ଭାରତୀୟଙ୍କୁ ଆଣିବା ସମ୍ଭବ ନୁହେଁ। ଓକିଲ ଗୌରବ କୁମାର ଦିଲ୍ଲୀ ହାଇକୋର୍ଟରେ ପିଆଇଏଲ ଦାଖଲ କରି ବାଂଲାଦେଶରେ ଫସି ରହିଥିବା ଡାକ୍ତରୀ ଛାତ୍ରଙ୍କୁ ଭାରତ ଫେରାଇ ଆଣିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଥିଲେ। କିନ୍ତୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କୁହାଯାଇଥିଲା ଯେ, ବର୍ତ୍ତମାନ ଫସି ରହିଥିବା ଛାତ୍ର କିମ୍ବା ନାଗରିକଙ୍କୁ ବାଂଲାଦେଶ କିମ୍ବା କୌଣସି ଦେଶରୁ ଆଣିବା ସମ୍ଭବ ନୁହେଁ। ଏହାର କାରଣ ହେଉଛି ଭାରତରେ ଏବେ ଲକଡାଉନ ଚାଲିଛି ଏବଂ ଏହି ସମୟରେ ସମସ୍ତ ବିମାନ ମଧ୍ୟ ବନ୍ଦ ରହିଛି। ତେବେ ବିଦେଶରେ ଫସି ରହିଥିବା ଭାରତୀୟଙ୍କ ପାଇଁ ସରକାର ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି  ଏବଂ ବିଦେଶରେ ଫସି ରହିଥିବା ନାଗରିକ ଏବଂ ଛାତ୍ରମାନଙ୍କ ପାଇଁ ଏହା ୨୪ଘଣ୍ଟା କାମ କରୁଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe