ଥରକରେ ୯୯.୮ ପ୍ରତିଶତ କରୋନା ଭୂତାଣୁକୁ ନିଷ୍କ୍ରିୟ କରି ବାୟୁକୁ ବିଶୁଦ୍ଧ କରିବ 'କ୍ୟାଚ ଆଣ୍ଡ କିଲ୍' ଏୟାର ଫିଲ୍ଟର

Advertisment
ଥରକରେ ୯୯.୮ ପ୍ରତିଶତ କରୋନା ଭୂତାଣୁକୁ ନିଷ୍କ୍ରିୟ କରି ବାୟୁକୁ ବିଶୁଦ୍ଧ କରିବ 'କ୍ୟାଚ ଆଣ୍ଡ କିଲ୍' ଏୟାର ଫିଲ୍ଟର

Times of India

ନୂଆଦିଲ୍ଲୀ: କରୋନା ଭୂତାଣୁର ମୁକାବିଲା ପାଇଁ ଏବେ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଟିକା ଏବଂ ଔଷଧ ତିୖଆରି କରିବାରେ ଲାଗି ପଡ଼ିଥିବା ବେଳେ କିଛି  ବୈଜ୍ଞାନିକମାନେ “କ୍ୟାଚ ଆଣ୍ଡ କିଲ୍” ନାମକ ଏକ ଏୟାର ଫିଲ୍ଟର ଡିଜାଇନ୍ କରିଛନ୍ତି । ଏହି ଏୟାର ଫିଲ୍ଟର ବାୟୁରେ ଥିବା କ‌ରୋନା ଭୂତାଣୁକୁ ମାରିବା ସହ ସଂକ୍ରମଣକୁ ବଢ଼ିବାରୁ ରୋକିବ ବୋଲି  ବୈଜ୍ଞାନିକମାନେ ଦାବି କରିଛନ୍ତି । ଏହି  ଫିଲ୍ଟର ସ୍କୁଲ, ଡାକ୍ତରଖାନା, ବିମାନ ପରି ସର୍ବସାଧାରଣ ଗମନାଗମନ ସ୍ଥାନ ଏବଂ ସ୍ୱାସ୍ଥ୍ୟ ସେବା ଭଳି ସ୍ଥାନରେ କୋଭିଡ -୧୯ର ବିସ୍ତାରକୁ ହ୍ରାସ କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି |

ମ୍ୟା‌ଟେରିଆଲ ଟୁଡେ ଫିଜିକ୍ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଏହି ଡିଭାଇସ୍ ଥରକରେ ୯୯.୮ ପ୍ରତିଶତ ନୋବେଲ କରୋନା ଭୂତାଣୁକୁ ନଷ୍ଟ କରିବାର କ୍ଷମତା ରଖିଛି । କୋଭିଡ-୧୯ର ପ୍ରସାରକୁ ରୋକିବା ପାଇଁ ବିମାନବନ୍ଦର ଏବଂ ବିମାନ, ଅଫିସ୍ , ବିଦ୍ୟାଳୟ ଏବଂ କ୍ରୁଜ୍ ଜାହାଜରେ ଏହି ଫିଲ୍ଟର ଉପଯୋଗୀ ହୋଇପାରେ ବୋଲି ହ୍ୟୁଷ୍ଟନ୍ ବିଶ୍ୱବିଦ୍ୟାଳୟ ଅଧ୍ୟୟନର ସହ-ଲେଖକ ଜିଫେଙ୍ଗ୍ ରେନ୍ କହିଛନ୍ତି। ଭୂତାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବାରେ ଏହାର ସାମର୍ଥ୍ୟ ସମାଜ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରେ ବୋଲି ରେନ୍ କହିଛନ୍ତି। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ସେମାନେ ଏହି ଉପକରଣ ପାଇଁ ଏକ ଡେସ୍କ-ଟପ୍ ମଡେଲ୍ ମଧ୍ୟ ବିକାଶ କରୁଛନ୍ତି ଯାହା ଜଣେ ଅଫିସ୍ କର୍ମଚାରୀଙ୍କ ଚାରିପାଖର ପରିବେଶରେ ଥିବା ବାୟୁକୁ ଶୁଦ୍ଧ କରିବାରେ ସକ୍ଷମ ହେବ |

publive-image hindustantimes

ହ୍ୟୁଷ୍ଟନସ୍ଥିତ ମେଡିକାଲ୍ ରିଏଲ୍ ଇଷ୍ଟେଟ୍ ବିକାଶ ସଂସ୍ଥାର ସହଭାଗୀ ଥିବା ମେଡିଷ୍ଟାରର ଗାରେଟ୍ କେ ପିଲ୍ କହିଛନ୍ତି ଯେ “ବିଦ୍ୟାଳୟ, ଗମନାଗମନ ପ୍ରଣାଳୀ, ଡାକ୍ତରଖାନା, ବିମାନ, ଅଫିସ୍ କୋଠା, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ତଥା ସର୍ବସାଧାରଣ ସ୍ଥାନଗୁଡ଼ିକ ଏହି ଉପକରଣ ଗ୍ରହଣ କରିବା ପାଇଁ ପ୍ରଥମ ଧାଡିରେ ରହିବେ। ଅଧ୍ୟୟନରେ ଦର୍ଶାଯାଇଛି ଯେ, ନୋବେଲ କରୋନାଭାଇରସ୍ ୭୦ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରାରେ ବଞ୍ଚିପାରେ ନାହିଁ । ସେଥିପାଇଁ ଏୟାର ଫିଲ୍ଟରର ତାପମାତ୍ରା ୨୦୦ ଡିଗ୍ରୀ ସେଲସିୟସ କରି ଖୁବ ସହଜରେ ନୋବେଲ କରୋନାଭାଇରସକୁ ନଷ୍ଟ କରାଯାଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe