Daily Times
ବାଲିଅନ୍ତା: ଖୋର୍ଧା ଜିଲ୍ଲା ଅବକାରୀ ବିଭାଗର ଏକ ସ୍କ୍ବାଡ୍ ଆଜି ପୂର୍ବାହ୍ନରେ ଟଙ୍କପାଣି ରୋଡ୍ର ରଙ୍ଗବଜାର ଛକ ନିକଟରେ ଅତର୍କିତ ଚଢ଼ଉ କରି ଜଣେ ଚୋରାମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ଚୋରା ମଦ ବ୍ୟବସାୟୀ ଜଣଙ୍କ ହେଲେ ଏୟାରଫିଲ୍ଡ ଥାନା ଅଧୀନ କାରଗିଲ ବସ୍ତିର ଅନ୍ତର୍ଯ୍ୟାମୀ ଜେନା(୪୦)। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅନ୍ତର୍ଯ୍ୟାମୀକୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହା ସହିତ ଘଟଣାସ୍ଥଳରୁ ସ୍କୁଟି ସହିତ ୪୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଇନ୍ସପେକ୍ଟର ପ୍ରଭାତ କୁମାର ସେଠୀ, ଏସ୍ଆଇ ହୃଦୟ କୁମାର ସାମନ୍ତ, ଏଏସ୍ଆଇ ସୁବାସ କୁମାର ମୁଦୁଲି ଓ ସୁଜିତ କୁମାର ମୁଦୁଲି ପ୍ରମୁଖ ସାମିଲ ଥିଲେ।
Follow Us