ସଚିନଙ୍କୁ 'ଲପ୍ପୁ' ଏବଂ 'ଝିଙ୍ଗୁର' କହିଥିବା ମହିଳାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ସୀମା

Advertisment
ସଚିନଙ୍କୁ 'ଲପ୍ପୁ' ଏବଂ 'ଝିଙ୍ଗୁର' କହିଥିବା ମହିଳାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ସୀମା

ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଭାରତର ଯୁବକ ସଚିନ ମୀଣାଙ୍କୁ ବିବାହ କରି ଭାରତ ଆସିଥିଲେ ସୀମା। କିଛି ଦିନ ତଳେ ସୀମା ହାଇଦରଙ୍କ ପଡ଼ୋଶୀ ମିଥିଲେଶ ଭାଟି ସଚିନଙ୍କୁ 'ଲପ୍ପୁ' ଏବଂ 'ଝିଙ୍ଗୁର' ବୋଲି କହିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଭାଇରାଲ ଭିଡିଓ ଦେଖିବା ପରେ ସୀମାଙ୍କ ଓକିଲ ପଡୋଶୀଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ବୋଲି ଚେତାବନୀ ଦେଇଛନ୍ତି। ସୀମାଙ୍କ ଓକିଲ ଏପି ସିଂ କହିଛନ୍ତି ଯେ ସଚିନ୍‌ଙ୍କ ପ୍ରତି ତାଙ୍କର “ଅପମାନଜନକ” ମନ୍ତବ୍ୟ ପାଇଁ ମିଥିଲେଶ ଭାଟିଙ୍କୁ ଦେଶର ପ୍ରତ୍ୟେକ ସ୍ୱାମୀଙ୍କଠାରୁ ପ୍ରତିକ୍ରିୟା ମିଳିବ।

କିଛି ଦିନ ତଳେ ମିଥିଲେଶ ଭାଟି କହିଥିଲେ ଯେ, ଭଲପାଇବା ପାଇଁ କିଛି ତ ଗୋଟିଏ କାରଣ ରହିବା ଦରକାର। ଏହା ସାଧାରଣ କଥା। ଭଲପାଇବା ପାଇଁ ଜଣେ ଦେଖିବା ଭଳି ପୁରୁଷ ତ ହେବା ଦରକାର। ହେଲେ ସୀମା କିଭଳି ଏ ଲପ୍ପୁ ଓ ଝିଙ୍ଗୁର ଭଳି ଦିଶୁଥିବା ସଚିନଙ୍କୁ ଭଲ ପାଇ ଭାରତ ଆସିଲେ ମୁଁ ଭାବୁଛି। ଜୋରରେ ପବନ ହେଲେ ଜଣା ନାହିଁ ସଚିନ କେତେ ଦୂରରେ ଯାଇ ପଡ଼ିବେ। ପାକିସ୍ତାନରେ କ’ଣ କେହି ନଥିଲେ ଯେ ସେ ସଚିନଙ୍କୁ ଭଲ ପାଇ ଭାରତ ଆସିଲେ।

ଏହା ଉପରେ ପ୍ରତିକ୍ରିୟା ରଖି ସୀମାଙ୍କ ଓକିଲ ଏପି ସିଂହ କହିଛନ୍ତି ଯେ, ମିଥିଲେଶ ଏଭଳି କହି ଦେଶର ପ୍ରତ୍ୟେକ ସ୍ବାୀଙ୍କୁ ଅପମାନିତ କରିଛନ୍ତି। ଆମ ଦେଶରେ ଚର୍ମର ରଙ୍ଗ ଏବଂ ଶାରୀରିକ ଗଠନକୁ ନେଇ ଜଣଙ୍କୁ ଏଭଳି ଅପମାନିତ କରାଯିବାକୁ ବରଦାସ୍ତ କରାଯିବ ନାହିଁ। ଆମେ ସେହି ମହିଳାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe