ଜାଣନ୍ତୁ ୧୦୦ଜଣଙ୍କୁ ହତ୍ୟା କରି କୁମ୍ଭୀର ମୁହଁକୁ ଫିଙ୍ଗିଥିବା ଏହି ଡାକ୍ତର କ'ଣ ପାଇଁ ନାୟକରୁ ଖଳନାୟକ ବନିଥିଲେ

Advertisment
ଜାଣନ୍ତୁ ୧୦୦ଜଣଙ୍କୁ ହତ୍ୟା କରି କୁମ୍ଭୀର ମୁହଁକୁ ଫିଙ୍ଗିଥିବା ଏହି ଡାକ୍ତର କ'ଣ ପାଇଁ ନାୟକରୁ ଖଳନାୟକ ବନିଥିଲେ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ଟ୍ରକ୍‌ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କ ସମେତ ୧୦୦ରୁ ଅଧିକ ହତ୍ୟା ଘଟଣାରେ ସମ୍ପୃକ୍ତ ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ପୁଲିସ ଜୁଲାଇ ୨୮ ରେ ଗିରଫ କରିଥିଲା । ଗିରଫ ଡାକ୍ତରଙ୍କ ନାମ ଦେବେନ୍ଦ୍ର ଶର୍ମା (୬୨)ବୋଲି ଜଣାପଡ଼ିଥିବା ବେଳେ ନିଜ ଅପରାଧକୁ ଲୁଚାଇବା ପାଇଁ ଡାକ୍ତର ଦେବେନ୍ଦ୍ର ୧୦୦ଜଣଙ୍କୁ ହତ୍ୟା କରି କୁମ୍ଭୀରକୁ ଖାଇବାକୁ ଦେଇଥିବା ଜଣା ପଡିଛି। ତେବେ ଜଣେ ଡାକ୍ତର ହୋଇ ଲୋକଙ୍କ ଜୀବନ ବଞ୍ଚାଉଥିବା ଦେବେନ୍ଦ୍ର କ'ଣ ପାଇଁ ହତ୍ୟାକାରୀ ସାଜିଲେ ତାହା ସାମ୍ନାକୁ ଆସିଛି | ୧୧ଲକ୍ଷ ଟଙ୍କା ତାଙ୍କୁ ହତ୍ୟାକାରୀ ସଜାଇଥିବା ଜଣା ପଡିଛି |

publive-image Times of India

ପୁଲିସର କହିବା ମୁତାବକ, ୧୯୮୪ରେ ୨୬ ବର୍ଷୀୟ ଶର୍ମା ଡିଗ୍ରୀ ପାଠ୍ୟକ୍ରମ ସମାପ୍ତ କରି ରାଜସ୍ଥାନର ଡାଉସାରେ ଥିବା ବାଣ୍ଡିକୁଇରେ ଏକ କ୍ଲିନିକ୍ ଖୋଲିଥିଲେ। କିଛି ବର୍ଷ ପରେ ସେ ଜଣେ ଜଣାଶୁଣା ଡାକ୍ତର ଭାବରେ ଉଭା ହୋଇଥିଲେ ଏବଂ ତାଙ୍କର ଲୋକପ୍ରିୟତା ବଢିଥିଲା | ୧୯୯୪ରେ ପରିବାର ପାଇଁ ଟଙ୍କାର ଆବଶ୍ୟକ ଥିବାରୁ ଗ୍ୟାସ ଏଜେନ୍ସି ଡିଲରସିପ୍ ଯୋଜନାରେ ୧୧ଲକ୍ଷ ଟଙ୍କା ବିନିଯୋଗ କରିଥିଲେ ଦେବେନ୍ଦ୍ର | କିନ୍ତୁ ଟଙ୍କା ବିନିଯୋଗ କରିଥିବା କମ୍ପାନି ରାତାରାତି ଲୋକଙ୍କ ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲା | ଏହି ଘଟଣା ଦେବେନ୍ଦ୍ରଙ୍କୁ ଶକ୍ତ ଆଘାତ ଦେଇଥିଲା | ଏତେ ଟଙ୍କା ହରାଇବା ପରେ ପରିବାରର ଆର୍ଥିକ ଅବସ୍ଥା ବିଗିଡ଼ିବାରୁ ସେ ଅପରାଧୀ ସାଜିଥିଲେ | ନିଜର ନକଲି ଗ୍ୟାସ ଏଜେନ୍‌ସି ପାଇଁ ଏଲପିଜି ସିଲିଣ୍ଡର ନେଇ ଯାଉଥିବା ଟ୍ରକ ଚାଳକଙ୍କୁ ହତ୍ୟା, କ୍ୟାବ ଚୋରି ପାଇଁ କ୍ୟାବ ଚାଲାକଙ୍କୁ ହତ୍ୟା ଏବଂ କିଡନି ବିକ୍ରୟ କରୁଥିବା ଗ୍ୟାଙ୍ଗ ଚଳାଇବା ଭଳି କାମ କରିବା ଆରମ୍ଭ କରିଥିଲେ ଦେବେନ୍ଦ୍ର | ହରାଇଥିବା ଟଙ୍କା ପାଇବା ପାଇଁ ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରି କୁମ୍ଭୀର ମୁହଁକୁ ଦେବେନ୍ଦ୍ର ଫିଙ୍ଗି ଦେଉଥିଲେ, ଯାହା ଦ୍ୱାରା ପୁଲିସକୁ କୌଣସି ପ୍ରମାଣ ମିଳିପାରୁନଥିଲା |

publive-image thesun

ପରେ ୭ଜଣଙ୍କ ହତ୍ୟା ଅପରାଧରେ ପୁଲିସ ଦେବେନ୍ଦ୍ରଙ୍କୁ ଗିରଫ କରିବା ପରେ ତାଙ୍କୁ ୧୬ବର୍ଷ ଜେଲ ହୋଇଥିଲା | ଚଳିତ ବର୍ଷ ଜାନୁଆରୀ ୨୮ରେ ୨୦ଦିନ ପାରୋଲରେ ଆସିବା ପରେ ଆଉ ଜେଲକୁ ଫେରି ନଥିଲେ ଦେବେନ୍ଦ୍ର | ଫେରାର ରହି ପୁଣି ଥରେ ନିଜ ଅପରାଧର ପେଡି ଖୋଲିବା ଆରମ୍ଭ କରିଥିଲେ | ତେବେ ଜୁଲାଇ ୨୮ରେ ପୁଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe