ଯଦି ରାହୁଲ ରାମ, ତେବେ ରାମଙ୍କ ସେନା ଭଳି କଂଗ୍ରେସକର୍ମୀ ଉଲଗ୍ନ ହୋଇ ବୁଲିବା ଉଚିତ: ବିଜେପି ନେତା

Advertisment
ଯଦି ରାହୁଲ ରାମ, ତେବେ ରାମଙ୍କ ସେନା ଭଳି କଂଗ୍ରେସକର୍ମୀ ଉଲଗ୍ନ ହୋଇ ବୁଲିବା ଉଚିତ: ବିଜେପି ନେତା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟି-ସାର୍ଟକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏତେ ଶୀତ‌ରେ ରାହୁଲ କିଭଳି କେବଳ ଟି-ସାର୍ଟ ପିନ୍ଧି ଭାରତ ଯୋଡୋ ଯାତ୍ରାରେ ସାମିଲ ହେଉଛନ୍ତି, ସେ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏଭଳି ପ୍ରଶ୍ନ କରୁଥିବା ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ କଂଗ୍ରେସ ରାହୁଲଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଥିଲା। ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁରସିଦ ରାହୁଲ ଗାନ୍ଧୀଙ୍କୁ ପ୍ରଭୁ ରାମଙ୍କ ସହ ତୁଳନା କରିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ବିଜେପି ସାଧାରଣ ସମ୍ପାଦକ ଦୁଶ୍ୟନ୍ତ ଗୌତମ କହିଛନ୍ତି ଯେ, ଯଦି ରାହୁଲ ଗାନ୍ଧୀ ଭଗବାନ ରାମ, ତେବେ ରାମଙ୍କ ସେନା ଭଳି କଂଗ୍ରେସକର୍ମୀଙ୍କୁ ହାଡଭଙ୍ଗା ଶୀତରେ ଉଲଗ୍ନ ହୋଇ ବୁଲିବା ଉଚିତ। ରାହୁଲ ଗାନ୍ଧୀ ଯଦି ଶୀତ ନହେବା ପାଇଁ କ’ଣ ଖାଉଛନ୍ତି ନିଜ କର୍ମୀମାନଙ୍କୁ କୁହନ୍ତେ, ତେବେ ସେମାନେ ବି ରାମଙ୍କ ସେନା ଭଳି ଉଲଗ୍ନ ହୋଇ ବୁଲନ୍ତେ।

ଅନ୍ୟପକ୍ଷରେ ଅଯୋଧ୍ୟା ରାମ ଜନ୍ମଭୂମିର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ସଲମାନ ଖୁରସିଦଙ୍କ ବିବୃତିକୁ ନିନ୍ଦା କରିଛନ୍ତି। “କେହି ଭଗବାନ ରାମ ହୋଇପାରିବେ ନାହିଁ। ଭରତ ମଧ୍ୟ ଭଗବାନ ରାମ ହୋଇପାରିବେ ନାହିଁ। ରାହୁଲ ଗାନ୍ଧୀଙ୍କୁ କେବେବି ରାମଙ୍କ ସହ ତୁଳନା କରାଯାଇପାରିବ ନାହିଁ। ସଲମାନ ଖୁରସିଦ ଯାହା କହିଛନ୍ତି ତାକୁ ଆମେ ନିନ୍ଦା କରୁଛୁ" ବୋଲି ମୁଖ୍ୟ ପୁରୋହିତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe