ଯୌନ ଶୋଷଣ ମାମଲା ପ୍ରତ୍ୟାହାର କଲେ ଅଙ୍ଗୁରୀ ଭାଭି !

ଯୌନ ଶୋଷଣ ମାମଲା ପ୍ରତ୍ୟାହାର କଲେ ଅଙ୍ଗୁରୀ ଭାଭି !

photo--janasatta

ମୁମ୍ବାଇ: ‘ବିଗବସ-୧୧’ର ବିଜୟନୀ ଶିଳ୍ପା ସିନ୍ଧେଙ୍କୁ ନେଇ ପୁଣି ଚର୍ଚ୍ଚା। ସେ ‘ଭାଭିଜୀ ଘର ପର୍‌ ହୈ’ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ‘ଭାଭିଜୀ ଘର ପର୍‌ ହୈ’ର ନିର୍ମାତାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଶିଳ୍ପା ଏହି ମାମଲାକୁ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି । ଶିଳ୍ପା ହଠାତ ଏପରି ନିଷ୍ପତ୍ତି ନେବା କାରଣ କ’ଣ ? ଏପରି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ । ତାଙ୍କର ଏପରି ନିଷ୍ପତ୍ତି ନେଇ ସମସ୍ତେ ବିସ୍ମିତ ଚକିତ ହୋଇ ଯାଇଛନ୍ତି ।

ଭାବିଜୀ ଶିଳ୍ପା ‘ଏନଡି ଟିଭି’ର ଲୋକପ୍ରିୟ ଧାରାବାହିକ ‘ଭାବିଜୀ ଘର ପର ହୈ’ରେ ଅଙ୍ଗୁରୀ ଭାବୀ ଭୂମିକାରେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସୋ’ରେ ତାଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପ୍ରସଂଶା କରିଥିଲେ । କିନ୍ତୁ ଏହି ଧାରାବାହିକର ନିର୍ମାତା ସହ ବିବାଦ ହେବା ପରେ ସେ ସୋ’ ଛାଡି ଦେଇଥିଲେ । ଶିଳ୍ପା ସୋ’ ଛାଡିବା ପରେ ନିର୍ମାତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଆଣି ଶିଳ୍ପା ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲେ ।

publive-image photo-youtube

ଶିଳ୍ପା କିଛି ଦିନ ପୂର୍ବରୁ କଲର୍ସ ଚ୍ୟାନେଲ ସୋ’ ‘ବିଗବସ-୧୧’ରେ ପ୍ରତିଯୋଗୀ ରୂପେ ସାମିଲ ହୋଇଥିଲେ । ଏହି ସୋ’ରେ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏବଂ  ସୋ’ରେ ଟାଇଟଲ ମଧ୍ୟ ହାସଲ କରିଥିଲେ । ଏବେ ଶିଳ୍ପା ‘ବିଗ ବସ-୧୧’ରେ ବିଜୟନୀ ହେବା ପରେ ନିର୍ମାତା ଉପରେ ଆଣିଥିବା ଅଭିଯୋଗକୁ ଫେରାଇ ନେଇଛନ୍ତି ।

ଶିଳ୍ପାଙ୍କୁ ପ୍ରଡକ୍ସନ ହାଉସରୁ ବଳକା ରାଶି ମିଳିଯାଇଛି, ଯେଉଁଥି ପାଇଁ ଏହି ଅଭିଯୋଗକୁ ଶିଳ୍ପା ଫେରାଇ ନେଇଛନ୍ତି ବୋଲି ଶୁଣାଯାଉଛି । ଶିଳ୍ପା ଏକ ସାକ୍ଷାତକାରରେ କହିଥିଲେ ଯେ ଏହି କେସ ହେବା ପରେ ନିର୍ମାତା ଏବଂ ଅନ୍ୟ କେତେକ କଳାକାର ମୋ ପାଖକୁ ଆସିଥିଲେ । କିନ୍ତୁ ଯେତେବେଳେ ମୁଁ ଅସୁବିଧାରେ ପଡିଥିଲି ସେତେବେଳେ ମୋ ପାଖକୁ କେହି ଆସି ନଥିଲେ । କିନ୍ତୁ ଏଥିରେ ସମସ୍ତେ ମୋ ପାଖକୁ ଆସି ଏହି କେସକୁ ସମାପ୍ତ କରିବା ପାଇଁ କହିଥିଲେ ।’ ଶିଳ୍ପା ଏହା ବ୍ୟତୀତ କହିଥିଲେ ‘ସିନେ ଏଣ୍ଡ ଟିଭି ଆସୋସିଏସନ’ କାମ କରିବା ପରେ ବି ମୋର ତିନି ମାସର ଟଙ୍କା ଦେଇନଥିଲେ । ଏବେ ମୋତେ ସେସବୁ ମିଳି ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe