କାର୍ଯ୍ୟରେ ସଫଳତା ହାସଲ କରିବାକୁ ଏହି ମନ୍ତ୍ର ଜପ କରନ୍ତୁ!

କାର୍ଯ୍ୟରେ ସଫଳତା ହାସଲ କରିବାକୁ ଏହି ମନ୍ତ୍ର ଜପ କରନ୍ତୁ!

photo-pintrest

ଲୋକେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବାକୁ ଚାହାଁନ୍ତି। ସେମାନେ ଏଥିପାଇଁ ନାନା ଉପାୟ କରିଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି କେବଳ ଶ୍ଳୋକକୁ ଶ୍ରଦ୍ଧାପୂର୍ବକ ଉଚ୍ଚାରଣ କରିଲେ,ଆପଣ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି,ସେଥିରେ ସଫଳତା ପାଇବେ। ଏହି ଶ୍ଳୋକ ଶ୍ରୀମଦ୍‌ଭଗବତ୍‌ ଗୀତାରୁ ଉଦ୍ଧୃତ।ଏହା ନିଜେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସେହି ଶ୍ଳୋକଟି ହେଲା-
-‘ଯତ୍ର ଯୋଗେଶ୍ୱରଃ କୃଷ୍ଣୋ ,ଯତ୍ର ପାର୍ଥୋ ଧନୁର୍ଦ୍ଧର,ତତ୍ରଶ୍ରୀ ବିଜୟର୍ଭୂତି ଧବ୍ରୁାନୀତି ମତି ର୍ମମ।
ଅର୍ଥାତ୍‌ -ଯେଉଁଠାରେ ଯୋଗେଶ୍ୱର ଶ୍ରୀକୃଷ୍ଣ ଓ ଯେଉଁଠାରେ ଧନୁର୍ଦ୍ଧର ଅର୍ଜୁନ ଅଛନ୍ତି,ସେଠାରେ ବିଜୟ,ବିଭୂତି ,ଅଚଳ ନୀତି ଓ ଲକ୍ଷ୍ମୀଙ୍କ ଅବସ୍ଥାନ ରହେ।ଏହା ହେଉଛି ଧ୍ରୁବ ସତ୍ୟ।

publive-image photo- telugubullet

ଭଗବାନ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ ବିଭିନ୍ନ ପ୍ରକାରର ଉଦାହରଣ ଦେଇ କୁରୁକ୍ଷେତ୍ର ଯୁଦ୍ଧରେ ଅବତୀର୍ଣ୍ଣ ହେବାଲାଗି ପ୍ରେରିତ କରିଥିଲେ। ଏପରିକି ଅର୍ଜୁନଙ୍କର ମୋହଭଙ୍ଗ ମଧ୍ୟ କରାଇଥିଲେ।ଏସବୁ କଥା ଶ୍ରୀମଦ ଭଗବତ ଗୀତାରେ ବର୍ଣ୍ଣିତ ଅଛି।ଏଥିରେ ଯେତେ କଥା ରହିଛି,ସେଥିମଧ୍ୟରୁ ଉପରୋକ୍ତ କଥାଟି ସବୁଠୁଁ ବେଶି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରନ୍ତି ଶ୍ରୀକୃଷ୍ଣଙ୍କ ଉପାସକମାନେ।ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ ଏହା ହେଉଛି ଶ୍ରୀମଦ୍‌ଭଗବତ୍‌ ଗୀତାର ଅନ୍ତିମ ଶ୍ଳୋକ।

ଉକ୍ତ ମନ୍ତ୍ରକୁ ପ୍ରତ୍ୟହ ଘରୁ ବାହାରିବା ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କୁ ସ୍ମରଣ କରି ଜପିବା ଉଚିତ। ଅଥବା ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଫଟୋ ସମ୍ମୁଖରେ ବୋଲି ଘରୁ ବାହାରିଲେ କାର୍ଯ୍ୟ ସଫଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ସବୁଠୁ ବଡ଼ କଥା ହେଲା ଯେ ଆପଣଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରଦ୍ଧା ଥିବା ଆବଶ୍ୟକ ଏବଂ ଧ୍ୟାନପୂର୍ବକ ଏହାର ଉଚ୍ଚାରଣ କରିବା ବି ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe