ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଅପରାଧର ୩ ଦିନ ଭିତରେ ଧରିବା ସହ ୧୮ ଦିନ ମଧ୍ୟରେ ଚାର୍ଜସିଟ୍ ପ୍ରସ୍ତୁତ କରିଥିଲେ ଏହି ମହିଳା ପୁଲିସ୍ ଅଧିକାରୀ

Advertisment
ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଅପରାଧର ୩ ଦିନ ଭିତରେ ଧରିବା ସହ ୧୮ ଦିନ ମଧ୍ୟରେ ଚାର୍ଜସିଟ୍ ପ୍ରସ୍ତୁତ କରିଥିଲେ ଏହି ମହିଳା ପୁଲିସ୍ ଅଧିକାରୀ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀଦଣ୍ଡାଦେଶ ପାଇଥିବା  ଅନ୍ୟତମ ଦୋଷୀ ଅକ୍ଷୟ ସିଂଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିବା ପରେ ସମଗ୍ର ଦେଶରେ ଆନନ୍ଦ ଦେଖିବାକୁ ମିଳିଛି। ଏଥିସହ ସେଦିନର ସେଇ କାଳରାତିର ଲୋମଟାଙ୍କୁରା ଘଟଣାକୁ ସ୍ମୃତିରେ ଉଜ୍ଜିବୀତ କରିଛି।  ଏହି ପରିପ୍ରେକ୍ଷୀରେ ମନେପଡ଼ନ୍ତି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିଥିବା ମହିଳା ଆଇପିଏସ୍ ଅଧିକାରୀ ଛାୟା ଶର୍ମା।

୨୦୧୨ ମସିହା ଡିସେମ୍ବର ୧୬ ତାରିଖ ସମଗ୍ର ଦେଶ ପାଇଁ  ଥିଲା ଏକ କଳା ରାତି। ଏହି ରାତିରେ ଦିଲ୍ଲୀର ୨୩ ବର୍ଷୀୟା ପରାମେଡିକାଲ୍‌ ଛାତ୍ରୀ ନିର୍ଭୟାଙ୍କ ସହ ଯାହା ଘଟିଥିଲା ତାହା ଏବେ ବି ଭ‌ାବିଲା ବେଳକୁ ଲୋମମୂଳ ଟାଙ୍କୁରି ଉଠେ।  ନିର୍ଭୟା ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଦକ୍ଷିଣ ଦିଲ୍ଳୀର ଏକ ବସ୍‌ରେ ଘରକୁ ଫେରୁଥିଲେ । ଘଟଣାଚକ୍ରରେ ସେ ଯେଉଁ ବସରେ ଚଢ଼ିଥିଲେ ସେଥିରେ କୌଣସି ଯାତ୍ରୀ ନ ଥିଲେ। ସେହି ଚଳନ୍ତା ବସ୍‌ ମଧ୍ୟରେ ୬ ଜଣ ଦୁର୍ବୃତ୍ତ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିବା ସହ ଅମାନୁଷିକ ଆକ୍ରମଣ କରି  ମୂମୁର୍ଷୁ ଅବସ୍ଥାରେ ରାସ୍ତାକୁ ଫିଙ୍ଗି ଦେଇଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କେବଳ ସେତିକି ନୁହେଁ, ନିର୍ଭୟାଙ୍କ ଗୁପ୍ତାଙ୍ଗକୁ ଲୁହା ଛଡ଼ରେ ଆଘାତ କରିବା ଭଳି ଆସୁରିକ ଅତ୍ୟାଚାର ବି କରିଥିଲେ ଏହି ଦୁର୍ବୃତ୍ତମାନେ।

publive-image India Today

ସେଦିନର ଘଟଣା ଆଜି ବି ମନେରଖିଛନ୍ତି ଛାୟା ଶର୍ମ‌ା। ସେତେବେଳେ ସେ ଦକ୍ଷିଣ ଦିଲ୍ଲୀର ଡିସିପି ଥାଆନ୍ତି। ତାଙ୍କ ନିକଟକୁ ମଝିରାତିରେ ଖବର ଆସିଲା କି ରାସ୍ତାକଡରେ ଦୁଇଟି ଉଲଗ୍ନ ଶରୀର ପଡ଼ିରହିଛି। ଏହାପରେ ଘଟଣାସ୍ଥଳକୁ ଟିମ୍ ପଠାନ୍ତି ଛାୟା। ତା’ପର ଦିନ ନିର୍ଭୟା ଘଟଣା ସାମ୍ନାକୁ ଆସେ ଓ ସମଗ୍ର ଦେଶ ଦୋହଲି ଯାଏ। ଏହି ବର୍ବରୋଚିତ ଘଟଣାର ତଦନ୍ତ ଦାୟିତ୍ବ ନିଅନ୍ତି ଡିସିପି ଛାୟା। ମାତ୍ର ୩ ଦିନ ଭିତରେ ସମସ୍ତ ୬ ଅପରାଧୀଙ୍କୁ ଧରନ୍ତି ସେ। କେବଳ ଏତିକି ନୁହେଁ, ୧୮ ଦିନ ଭିତରେ ଦାଖଲ କରନ୍ତି ଚାର୍ଜସିଟ୍। ଶେଷରେ ଯାହା ଆଧାରରେ ଦୋଷୀସାବ୍ୟସ୍ତ ହୋଇ  ଫାଶୀଖୁଣ୍ଟକୁ ଯାଆନ୍ତି ଦୁଷ୍କର୍ମକାରୀ।  ଏହି କାମ କରିବା ସମୟରେ ସେ ଦିନରାତି ଏକାକାର କରିଦେଇଥିଲେ।  ନିଜର ଖାଇବା ଶୋଇବା ମଧ୍ୟ ଭୁଲି ଯାଇଥିଲେ । ୬ଦିନ ପର୍ଯ୍ୟନ୍ତ ସେ ଘରକୁ ମଧ୍ୟ ଯାଇ ନ ଥିଲେ, ଯାହା ତାଙ୍କୁ ସଫଳତା ଆଣିଦେଇଥିଲା। ତେବେ ଏତେ ସାହସର ସହ ଏହି ମାମଲାକୁ ସମ୍ଭାଳିଥିବାରୁ ତାଙ୍କୁ ଦେଶବିଦେଶରେ ବହୁଭାବରେ ସମ୍ମାନିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe