ନୂଆପଡ଼ା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାନବସ୍ତା ରଖି ଧାରଣାରେ ବସିଲେ ଚାଷୀ

ନୂଆପଡ଼ା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାନବସ୍ତା ରଖି ଧାରଣାରେ ବସିଲେ ଚାଷୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ ଚାଷୀମାନଙ୍କ ସମସ୍ୟା ନେଇ ସୋମବାର ଦିନ ନୂଆପଡ଼ା ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ଜିଲ୍ଲା ସଭାପତି ଯଦୁମାଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଶତାଧିକ ଚାଷୀ ଆଜି ଧାନ ବସ୍ତା ରଖି ଜିଲ୍ଲାପାଳ ଅଫିସ ପ୍ରଥମ ଗେଟ୍ ଆଗରେ ଚାଷୀମାନେ ଧାରଣାରେ ବସିଛନ୍ତି। ଏହାଫଳରେ ଜିଲ୍ଲାପାଳଙ୍କ ଅଫିସର ଦୁଇଟି ଗେଟ ବନ୍ଦ ହେବାରୁ କର୍ମଚାରୀମାନେ ଅଫିସକୁ ଆସିବାରେ ଅସୁବିଧା ହୋଇଥିଲା।

ଜିଲ୍ଲାରେ ପଞ୍ଜୀକୃତ ଚାଷୀମାନଙ୍କ ଧାନ ତୁରନ୍ତ ଜିଲ୍ଲା ପ୍ରଶାସନ କ୍ରୟ କରିବାକୁ  ଦାବି ହୋଇଛି। ଜିଲ୍ଲା ପ୍ରଶାସନର ଅବହେଳା ହେତୁ ଜିଲ୍ଲାର ୩୫୭୩ ଜଣ ଚାଷୀଙ୍କ ଟୋକନ ଲାପ୍ସ ହୋଇଛି। ଏହାକୁ ତୁରନ୍ତ ରି- .ଜେନେରେଟ୍ କରି ଚାଷୀମାନଙ୍କ ଧାନ ମଣ୍ଡିରୁ ଉଠାଣ ଓ ଚାଷୀମାନଙ୍କଠାରୁ ଅନ୍ୟାୟ ଭାବରେ ପ୍ରତ୍ୟେକ ମଣ୍ଡିରେ ନିଆଯାଇଥିବା (ଗନିବ୍ୟାଗ )ର ଦାମ୍ ତୁରନ୍ତ ଚାଷୀମାନଙ୍କୁ ପୈଠ କରାଯିବାକୁ ଦାବି ହୋଇଛି। ଏହାଛଡ଼ା ରବି ଚାଷୀଙ୍କ ପଞ୍ଜୀକରଣ ତୁରନ୍ତ କରାଯାଇ ବିନା ଟୋକନରେ ରବି ଚାଷୀଙ୍କ ଧାନ ଉଠେଇବାର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି। ଏହି ଧାରଣାରେ ଶତାଧିକ ଚାଷୀ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe