ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ ଵିଦ୍ୟୁତ ଶୁଳ୍କ ଵୃଦ୍ଧି ଓ କୃଷକ, ଶ୍ରମିକ କର୍ମଚାରୀ ସ୍ବାର୍ଥ ବିରୋଧୀ ନୀତି ଵିରୋଧରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ସୁନ୍ଦରଗଡ଼ ଡିଆରଡିଏ ଛକରେ ଧାରଣା ଦିଆଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।
କୋଭିଡ ସଂକ୍ରମଣକୁ ନେଇ ଲୋକେ ଶୋଚନୀୟ ସ୍ଥିତିରେ ଥିବା ବେଳେ ଓଡ଼ିଶା ସରକାର ଵିଦ୍ୟୁତ ଶୁଳ୍କ ଛାଡ଼ ନ କରି ୟୁନିଟ ପିଛା ୨୦ ପଇସା ଵୃଦ୍ଧି କରିବା, ଵିଦ୍ୟୁତ ବଣ୍ଟନକୁ ଘରୋଇକରଣ କଲାବେଳେ ଶ୍ରମିକ କର୍ମଚାରୀଙ୍କ ସ୍ଥାୟିତ୍ବ, ସାମାଜିକ ସୁରକ୍ଷା, ସ୍ଵାସ୍ଥ୍ୟ, ନିରାପତ୍ତା, ମଜୁରି, ବୋନସ ସମ୍ପର୍କରେ କୌଣସି ସର୍ତ୍ତ ନ ରଖିଵା, କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା କର୍ମଚାରୀଙ୍କୁ କରୋନା ଯୋଦ୍ଧାର ମାନ୍ୟତା ନ ଦେବା, ସେମାନଙ୍କ ପରିବାରବର୍ଗଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷିତ କ୍ଷତିପୂରଣ ନ ଦେବା ଆଦି ପ୍ରତିବାଦରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ଏଥିରେ ପୂର୍ବତନ ଵିଧାୟକ ଜର୍ଜ ତିର୍କୀ, ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀଙ୍କ ସମେତ କେତେକ ବରିଷ୍ଠ କର୍ମକର୍ତ୍ତା ଧାରଣାରେ ସାମିଲ ହୋଇଥିବାର ସୂଚନା ମିଳିଛି।
Follow Us