ଅଦାଲତ ବିରୋଧରେ ଆଣିଥିବା ଅଭିଯୋଗ ସଂପର୍କରେ ପୁଣି ଥ‌ରେ ଚିନ୍ତା କରିବାକୁ ପ୍ରଶାନ୍ତ ଭୂଷଣଙ୍କୁ କହିଲେ ସୁପ୍ରିମ୍‌କୋର୍ଟ

Advertisment
ଅଦାଲତ ବିରୋଧରେ ଆଣିଥିବା ଅଭିଯୋଗ ସଂପର୍କରେ ପୁଣି ଥ‌ରେ ଚିନ୍ତା କରିବାକୁ ପ୍ରଶାନ୍ତ ଭୂଷଣଙ୍କୁ କହିଲେ ସୁପ୍ରିମ୍‌କୋର୍ଟ

indiatoday

ନୂଆଦିଲ୍ଳୀ: ମଙ୍ଗଳବାର ଦିନ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି ଆରମ୍ଭ ହେବା ପରେ ସୁପ୍ରିମକୋର୍ଟ ପୁଣିଥରେ ପ୍ରଶାନ୍ତ ଭୂଷଣଙ୍କୁ ନ୍ୟାୟପାଳିକା ବିରୋଧରେ ଉଠାଇଥିବା ଅଭିଯୋଗ ଉପରେ ଆଉଥରେ ଚିନ୍ତା କରିବାକୁ କହିଛନ୍ତି। ପ୍ରଶାନ୍ତ ଭୂଷଣ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରିବା ନେଇ ଚିନ୍ତା କରନ୍ତୁ ବୋଲି ଅଦାଲତ କହିଥିବା ବେଳେ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ନିଜର ମତ ରଖି କହିଛନ୍ତି କି ଅଦାଲତ ପ୍ରଶାନ୍ତ ଭୂଷଣଙ୍କୁ କ୍ଷମା କରିଦେବା ଉଚିତ। ଏହା ପୂର୍ବରୁ କୋର୍ଟ ତାଙ୍କ ନକାରାତ୍ମକ ମନ୍ତବ୍ୟର ପୁନର୍ବିଚାର କରିବାକୁ ଭୂଷଣଙ୍କୁ ସମୟ ଦେଇଥିଲେ।

ପ୍ରଶାନ୍ତ ଭୂଷଣଙ୍କ ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମ୍‌କୋର୍ଟରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ଖଣ୍ଡପୀଠ ମତ ରଖିଥିଲେ ଯେ  ପ୍ରଶାନ୍ତ ଭୂଷଣ ନ୍ୟାୟପାଳିକା ଏବଂ ମୁଖ୍ୟ ବିଚାରପତି ଏସ ବୋବଡେଙ୍କ ବିରୋଧରେ କରିଥିବା ଅପମାନସୂଚନ ଟ୍ୱିଟ୍ ପାଇଁ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ଜଣେ ବରିଷ୍ଠ ଆଇନଜୀବୀଙ୍କ ଠାରୁ ଏପରି ଆଚରଣ ଆଶା କରାଯାଏ ନାହିଁ।

publive-image
NDTV.com

ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ଭୂଷଣଙ୍କ ପାଇଁ ଅଦାଲତରେ ନିଜେ କ୍ଷମା ମାଗି କହିଛନ୍ତିି, ‘ମୁଁ ଜାଣେ ସେ ଭୁଲ୍‌ କରିଛନ୍ତି ଓ ଏଥିଲାଗି କ୍ଷମା ମାଗିବା ଉଚିତ। ତେବେ ସେ ଭୁଲ୍‌ କରିଛନ୍ତି ବୋଲି ମାନିବାକୁ ଅପ୍ରସ୍ତୁତ ତଥାପି ତାଙ୍କୁ କ୍ଷମା କରିବା ଏକ ମହାନତା ହେବ ନିଶ୍ଚୟ।’

ଏହାର ଉତ୍ତରରେ ସୁପ୍ରିମ୍‌କୋର୍ଟ କହିଛନ୍ତି କି ‘ସେ ନିଜେ ଯେତେବେଳେ ନିଜ ଭୁଲ୍‌ ସ୍ବୀକାର କରୁନାହାନ୍ତି ଏପରି ପରାମର୍ଶର କୌଣସି ଅର୍ଥ ନାହିଁ।’

ଉଲ୍ଲେଖଯୋଗ୍ୟ, ଅଦାଲତ ଅବମାନନା ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ଏକ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କୁ ଗତ ୧୪ ତାରିଖରେ ଦୋଷୀ ସାବ୍ୟସ୍ତ କରିବା ସହ ଏହି ମାମଲାର ଦଣ୍ଡବିଧାନ ଶୁଣାଇବାକୁ ଅଗଷ୍ଟ ୨୦ ତାରିଖ ଧାର୍ଯ୍ୟ କରିଥିଲେ। ହେଲେ, ଅଗଷ୍ଟ ୨୦ରେ ପ୍ରଶାନ୍ତ ଭୂଷଣ ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ କରି ସେ ଅଗଷ୍ଟ ୧୪ ଆଦେଶର ପୁନଃ ସମୀକ୍ଷା କରିବାକୁ ଚାହୁଁଥିବାରୁ ତାଙ୍କୁ ଏଥିପାଇଁ ୩୦ଦିନ ସମୟ ଦେବାକୁ ଏବଂ ତାଙ୍କ ପ୍ରତି ହେବାକୁ ଥିବା ଦଣ୍ଡବିଧାନକୁ ଅନ୍ୟ ଏକ ଖଣ୍ଡପୀଠରେ କରାଇବାକୁ ଆବେଦନ କରିଥିଲେ। ହେଲେ, ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ଆଗତ ଯାଚିକାକୁ ଖାରଜ କରି ଦେଇଥିଲେ ଏବଂ ନିଜ ବିବାଦୀୟ ବିବୃତିର ପୁନର୍ବିଚାର କରିବାକୁ ପ୍ରଶାନ୍ତ ଭୂଷଣଙ୍କୁ ଅଗଷ୍ଟ ୨୪ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ। ଆଜି ତାଙ୍କ ମାମଲାର ଶୁଣାଣି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe