ସୁପ୍ରିମ୍‌ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: କୋଭିଡ୍‌ ସମୟରେ ସୂଚନା ଉପରେ କଟକଣା ଜାରି ହୋଇ ପାରିବ ନାହିଁ

ସୁପ୍ରିମ୍‌ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: କୋଭିଡ୍‌ ସମୟରେ ସୂଚନା ଉପରେ କଟକଣା ଜାରି ହୋଇ ପାରିବ ନାହିଁ

Image Courtesy of NDTV

ନୂଆଦିଲ୍ଲୀ: ଏବେ ଯଦି ନାଗରିକମାନେ ସାମାଜିକ ଗଣମାଧ୍ୟମରେ ସେମାନଙ୍କ ସମସ୍ୟା କଥା ଜଣାନ୍ତି, ତେବେ କୌଣସି ରାଜ୍ୟ ତାହା ଉପରେ କଟକଣା ଜାରି କରି ପାରିବ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି। ସୂଚନା କଟକଣା ଯୋଗୁଁ କୌଣସି ନାଗରିକ ହଇରାଣ ହେଲେ, ତାହାକୁ ଅଦାଲତ ଅବମାନନା ଭାବେ ବିବେଚନା କରାଯିବ ବୋଲି ସୁପ୍ରିମ୍‌ କୋର୍ଟ ସତର୍କ କରାଇ ଦେଇଛନ୍ତି।

ସମଗ୍ର ଦେଶରେ କୋଭିଡ୍‌ ସଂକ୍ରମଣ ମାମଲା ଅଭୂତପୂର୍ବ ବେଗରେ ବଢ଼ିଚାଲିଥିବା ବେଳେ ଆଜି ଏକ ଶୁଣାଣିରେ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଗୁରୁତ୍ବାରୋପ କରି କହିଛନ୍ତି, ଜଣେ ନାଗରିକ ବା ବିଚାରପତି ଭାବେ ଏହା ମୋ ପାଇଁ ଗମ୍ଭୀର ଚିନ୍ତାର କାରଣ। ଯଦି ନାଗରିକମାନେ ସାମାଜିକ ଗଣମାଧ୍ୟମରେ ସେମାନଙ୍କ ସମସ୍ୟା ଜଣାନ୍ତି, ଆମେ ସେଭଳି ସୂଚନା ଉପରେ କଟକଣା ଜାରି କରିବାକୁ ଚାହୁଁନାହୁଁ। ନାଗରିକମାନଙ୍କ ଅଭିଯୋଗ ଶୁଣାଯାଉ। ଆମେ ମାନବୀୟ ସଙ୍କଟରେ ଥିବା ବେଳେ ଶଯ୍ୟା କିଂବା ଅକ୍ସିଜେନ୍‌ ଚାହୁଁଥିବା କୌଣସି ନାଗରିକ ହତାଶ ହେଲେ ତାହାକୁ ଅଦାଲତ ଉଲ୍ଲଂଘନ ଭାବେ ବିବେଚନା କରିବୁ।

publive-image Image Courtesy of Daily Excelsior

ଟିକାର ଦର ପ୍ରସଙ୍ଗରେ ମଧ୍ୟ ସୁପ୍ରିମ୍‌ କୋର୍ଟ କହିଛନ୍ତି କି, ସରକାର କାହିଁକି ଏ ସମୟରେ ଉତ୍ପାଦିତ ହେଉଥିବା ଟିକାର ଶତପ୍ରତିଶତ କ୍ରୟ କରୁନାହାନ୍ତି? ଟିକାର ଦର କେନ୍ଦ୍ର ପାଇଁ ଭିନ୍ନ ଓ ରାଜ୍ୟ ପାଇଁ ଭିନ୍ନ ରହିବ କାହିଁକି? କେନ୍ଦ୍ର ସରକାର କହିଛନ୍ତି ଯେ, ବାକି ୫୦% ଟିକା ରାଜ୍ୟମାନେ କ୍ରୟ କରିବେ ବୋଲି ଛାଡ଼ି ଦିଆଯାଉଛି। ଏହା କ’ଣ ନ୍ୟାୟ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe